ପଦ୍ମନାଭପୁର ରେ ବହୁମୁଖି ପ୍ରତିଯୋଗିତା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ହକି ବିଶ୍ୱକପ ଉଦଘାଟନ ଉତ୍ସବ ଅବସରରେ ବୁଧବାର ପଦ୍ମନାଭପୁର ପଞ୍ଚାୟତ ପକ୍ଷରୁ ଛାତ୍ରୀ ଛାତ୍ର ଏବଂ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ବି. ସନ୍ଧ୍ୟାରାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ପୂର୍ବତନ ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି ସଂଯୋଜନା କରିଥିବା ବେଳେ ବ୍ଲକ ଭାରପ୍ରାପ୍ତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଉମେଶ କୁମାର ସେଠୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ସୁନିତା ରେଡ୍ଡୀ,କଳିଙ୍ଗ ବୈଶ୍ୟ ସମାଜ ସମ୍ପାଦକ କୋଟେଶ୍ୱର ସୁବୁଦ୍ଧି, ବିପିନ ବାଡତ୍ୟା, ସୁରେନ୍ଦ୍ର ସ୍ୱାଇଁ , କାଳିଆ କାହ୍ନୁ ଜାନି, ଦେବରାଜ ପାତ୍ର,ଲଡ଼ୁ ବେହେରା,ରବି ବେଜ,ସିମାଞ୍ଚଳ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିକୁଞ୍ଜ ପାଣିଗ୍ରାହୀ, ଗ୍ରାମ ରୋଜଗାର ସେବକ ସନ୍ତୋଷ ପାତ୍ର , ସାମାଜିକ କର୍ମୀ ଅଭିମନ୍ୟୁ ଜାନି, ୱାର୍ଡ ସଭ୍ୟ ସାଇ ରେଡ୍ଡୀ, ସୁଶାନ୍ତ ସେଠୀ, ବସନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ପଞ୍ଚାୟତ ର ସମସ୍ତ ଅଙ୍ଗନୱାଡ଼ି କର୍ମୀ,ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ର କାର୍ଯ୍ୟକର୍ତ୍ତା ଓ ସଭ୍ୟା ବୃନ୍ଦ ଉପସ୍ଥିତ ଥିଲେ।


