ପଦ୍ମପୁରରେ ଲଗାତାର ଚୋରି ହନୁମାନ ମନ୍ଦିରର ହୁଣ୍ଡିକୁ ତାଡିନେଲେ ଦୁର୍ବୁତ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଲଗାତାର ଚୋରି ଘଟଣା ଲାଗିରହିଛି। ଘଟଣାରୁ ପ୍ରକାଶ ଯେ ଗତକାଲି ମଧ୍ଯ ରାତିରେ ପଦ୍ମପୁର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରେ କେହି ଦୁର୍ବୃତ୍ତ ମନ୍ଦିରର ଗେଟରେ ପଡିଥିବା ଚାବି ଭାଙ୍ଗି ମନ୍ଦିର ଭିତରେ ଥିବା ଦାନ ହୁଣ୍ଡି ଚୋରି ହୋଈ ଯାଇଥିବା ମନ୍ଦିର ପୂଜାରୀ ସନ୍ତୋଷ ପାତ୍ର ସକାଳେ ମନ୍ଦିର ଖାଲିବା ବେଳେ ଜାଣି ବାକୁ ପାଇଥିଲେ । ଚୋରି ହୋଈଥିବା ଥିବା ଦାନ ହୁଣ୍ଡିଟି ନିକଟରେ ଥିବା ବିଲରେ ଛାଡି ପଳାଇଥଲା । ଲୋକେ ଦାନ ହୁଣ୍ଡି ପଡ଼ିଥିବା ଦେଖି ଥିଲେ ହେଲେ ସେଥିରେ ଥିବା ପ୍ରାୟ ଦଶ ହଜାର ଟଙ୍କା ରୁ ଉର୍ଦ୍ଧ ଟଙ୍କା ଚୋର ନେଇପଳାଇଥିଲା । ଏହି ଖବର ଲୋକଙ୍କ ମନରୁ ନଜାଉନୁ ପୁଣି ସେହି ଗ୍ରାମର କୈଳାଶ ଚୌଧୁରୀ ଙ୍କ ଘରୁ ଚୋରି ହୋଈଥିବା ଜଣାପଡ଼ିଛି। କୈଳାଶ ନିଜ ସ୍ତ୍ରୀ ଙ୍କ ସ୍ଵାସ୍ଥ୍ୟ ଖରାପ ଥିବାରୁ ବିଶାଖାପାଟଣା ଯାଇଥିଲେ। ଆଜି ମଧ୍ୟାହ୍ନ ସମୟରେ ସେ ନିଜ ଘରକୁ ଆସି ଥିଲେ। ଘରକୁ ଆସି ଚାବି ଖୋଲି ଘରକୁ ପଶିଲା ବେଳକୁ ଘରର ପଛପଟୁ ସବୁ କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ। ଘରେ ଥିବା ସବୁ କୋଠୋରି ଗୁଡ଼ିକ ଖୋଲା ଥିବା ଓ ସେଠାରେ ଥିବା ଆଲମାରୀ ଖୋଲା ଥିବା ଓ ସବୁ ଜିନିଷ ପତ୍ର ଏପଟ ସେପଟ ପଡ଼ିଥିବା ବେଳେ ଘରେ ଚୋରି ହୋଈ ଯାଇଥିବା ଜାଣିବାକୁ ପାଇଥିଲେ। ଘରର ପଛପଟ ଥିବା ରୋଷେଇ ଘର ର ଝରକା ଗ୍ରିଲକୁ ତାଡି ଓ ବାହାର କରି ସେହି ବାଟେ ଚୋର ପସିଥିବା ଅନୁମାନ କରି ଥିଲେ। ଏନେଇ ଶ୍ରୀ ଚୌଧୁରୀ ଘରେ ଥିବା ପ୍ରାୟ ଦୁଇ ତିନି ତୋଳା ର ସୁନା ଗହଣା ଚୋରି ହୋଇଥିବା ରାୟଗଡ଼ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ୧୭/୨୩ ରେ କେସ କରି ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ ଯେ ଗତ ଦୁଇ ଦିନ ପୂର୍ବରୁ ସେହି ଗ୍ରାମର ସେନାପତି ଶବର ଙ୍କ ଘରୁ ଜଣେ ବ୍ୟକ୍ତି ୪୦୦୦୦/- ଟଙ୍କା ଓ ଗୋଟିଏ ମୋବାଇଲ ଚୋରି କରିଥିବା ଥାନାରେ ଅଭିଯୋଗ କରିଥିଲେ ଓ ସେନାପତି ଶବର ଅଭିଯୋଗ କୁ ଭିତି କରି ରାୟଗଡ଼ ଥାନାରେ ୧୫/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର କହଛନ୍ତି। ତେବେ ସିରିଆଲ ଚୋରିକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ଓ ପୋଲିସ୍ ପାଇଁ ବଡ ଚାଲେଞ୍ଚ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ