ପଦ୍ମ ପୁରସ୍କାର-୨୦୨୦ ପାଇଁ ନାମାଙ୍କନ ପତ୍ର ଆହ୍ୱାନ

(ଯୁଗାବ୍ଦ ନ୍ୟୁଜ) , ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର-୨୦୨୦ ପାଇଁ ମେ ୧, ୨୦୧୯ରୁ ଅନଲାଇନ ନାମାଙ୍କନ/ସୁପାରିଶ ପତ୍ର ଦାଖଲ ଆରମ୍ଭ ହୋଇଛି । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ସେପ୍ଟେମ୍ବର ୧୫,୨୦୧୯ ।ପଦ୍ମ ପୁରସ୍କାର ଅନ୍ତର୍ଗତ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର । ଏହା ହେଉଛି ଦେଶର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର । ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଥାଏ । କଳା, ଶିକ୍ଷା, କ୍ରୀଡା, ଔଷଧ, ସମାଜ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ କ୍ଷେତ୍ର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଶିଳ୍ପ ଆଦି କ୍ଷେତ୍ରରେ ଅସାଧାରଣ ସଫଳତା ଓ ସେବାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଜାତି, ଜୀବିକା, ପଦବୀ ଓ ଲିଙ୍ଗ ଆଦି ନିର୍ବିଶେଷରେ ସମସ୍ତ ଭାରତୀୟ ନାଗରିକ ଏହି ପୁରସ୍କାର ପାଇଁ ଉପଯୁକ୍ତ । ଡାକ୍ତର ଓ ବୈଜ୍ଞାନିକଙ୍କ ବ୍ୟତୀତ ସରକାରୀ କର୍ମଚାରୀ ଓ ପିଏସୟୁମାନଙ୍କରେ କାମ କରୁଥିବା କର୍ମଚାରୀମାନେ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ନୁହନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ