ପନି ପରିବା ଦର ଆକାଶ ଛୁଆଁ, ଚିନ୍ତାରେ ସାଧାରଣ ଖାଉଟି, ପ୍ରଶାସନ ନିରବଦ୍ରଷ୍ଟା
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୟୁରଭଂଜ ଜିଲ୍ଲା ପାଂଚପିଢ଼ ଉପଖଣ୍ଡ ରେ ଖାଉଟି ମାନଙ୍କୁ ଭାଳେଣି ପଡିଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ତେଜରାତି ସାମଗ୍ରୀ ଦର ପାଇଁ ଚାରି ଆଡେ଼ ଆନ୍ଦୋଳନ ଲାଗି ରହିଛି । ଇତି ମଧ୍ୟରେ ପରିବା ଦର ଉପରେ ସରକାରଙ୍କ ପକ୍ଷରୁ ଲଗାମ ନାହିଁ । ସାଧାରଣତଃ ଶୀତ ଦିନରେ ପରିବା ଦର କମ୍ ରହିଥାଏ । ତେବେ ଚଳିତ ବର୍ଷ ଉପଖଣ୍ଡ ର ସଦର ମହକୁମା କରଂଜିଆ ସହରରେ ଅମୃତ ଭଣ୍ଡା, ବୋଇତାଳୁ ଓ ଲାଉ କୁ ଛାଡିଦେଲେ ଅନ୍ୟ ସବୁ ପରିବା କିଲୋ ପ୍ରତି ୧୦୦ ଟଙ୍କାରୁ ଟପିଲାଣି । ଫୁଲ କୋବି,ପୋଟଳ ୧୦୦ ରୁ ୧୨୦ ଟଙ୍କା,ବାଇଗଣ,ବିଲାତି ୮୦ ରୁ ୧୦୦ ଟଙ୍କା, ବିନ୍,ରୁମ୍ହା ଛୁଇଁ ୧୨୦ ରୁ ୧୪୦ ଟଙ୍କା ରେ ବିକ୍ରି ହେଉଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ସବୁ ପରିବା ଦର ଆକାଶଛୁଆଁ ଦରବୃଦ୍ଧି ଘଟିଛି ।କାର୍ତିକ ମାସ ଚାଲିଥିବାରୁ ଲୋକେ ଏବେ ଆମିଷ ଖାଉନଥିବାରୁ ଦରବୃଦ୍ଧି ଚିନ୍ତାର ବିଷୟ sahitb ଏହା ଜନସାଧାରଣ ଙ୍କ ମୁଣ୍ଡବିନ୍ଧା ର କାରଣ ପାଲଟିଛି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପରିବା ବିକାଳିଙ୍କ ନିମନ୍ତେ କୌଣସି ଶୁ ବ୍ୟବସ୍ଥା ନଥିବାରୁ ସେମାନେ ସ୍ଥାନୀୟ ବେପାରୀ ମାନଙ୍କ ନିକଟରେ ପରିବା ବିକିବାକୁ ବାଧ୍ୟ ହେଉଛନ୍ତି । ସ୍ଥାନୀୟ ଏନଏସି ପକ୍ଷରୁ ଦୈନିକ ପରିବା ମାର୍କେଟ ପାଇଁ ସ୍ଥାନୀୟ ଅଶୋକ ଲାଇବ୍ରେରୀ ନିକଟରେ ଚାଲୁଥିଲା ଏବଂ ଚାଷୀ ଙ୍କ ସୁବିଧା ପାଇଁ ପ୍ରଶାସନ ତରଫରୁ ଲକ୍ଷାଧିକ ଟଙ୍କା ମୂଲ୍ୟ ରେ ଦୋକାନ ତିଆରି କରି ଆବଣ୍ଟନ କରାଯାଇଥିଲା କିନ୍ତୁ ଏବେ ସେହି ସ୍ଥାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ପରିବା ବେପାରୀମାନେ ତାଙ୍କ ବିଭିନ୍ନ ଛକ ସ୍ଥାନ ମୁଖ୍ୟ ରାସ୍ତା କଡ଼ରେ ନିଜ ପସରା ମେଲାଇ ବ୍ୟବସାୟ କରୁଛନ୍ତି ଯାହାଦ୍ୱାରା ଟ୍ରାଫିକ ସମସ୍ୟା ଉତ୍ପନ ହେଉଛି,ଚାଷୀ ଙ୍କୁ ନିଜ ଦ୍ରବ୍ୟ ବିକ୍ରିକରିବାର ସୁଯୋଗ ମିଳୁନାହିଁ,ଏହାର ସୁଯୋଗ ନେଇ ପରିବା ବେପାରୀ ମାନେ ଖାଉଟି ମାନଙ୍କୁ ଲୁଟିବାରେ ବ୍ୟସ୍ଥ । ଏଣୁ ଉକ୍ତ ଦୋକାନ ଘର ଗୁଡିକୁ ଅନ୍ୟ ବେକାର ଯୁବକ ଯୁବତୀ ଙ୍କୁ ଆବଣ୍ଟନ କରିବାକୁ ଜନସାଧାରଣ ଦାବୀ ରଖିଛନ୍ତି ଏବଂ ଦର ନିର୍ଧାରଣ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ଅସାଧୁ ପରିବା ବେପାରୀ ମାନେ ନିଜ ନିଜ ମଧ୍ୟରେ ପନିପରିବା ର ମନମୁଖୀ ଦର ନିର୍ଧାରଣ କରି ପ୍ରଶାସନର ନାକ ତଳେ ବ୍ୟବସାୟ ଜାରି ରଖିଛନ୍ତି ।ତେବେ ସାଧାରଣ ଖାଉଟିଙ୍କ ନିମନ୍ତେ ଉଚିତ୍ ଦର ନିର୍ଧାରଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ଅଞ୍ଚଳ ବାସି ଦାବି ରଖିଛନ୍ତି ।


