ପୋଲିସ ଆଖିରେ ଧୁଳି ଦେଇ ଚୋରା ବେପାରି ଚମ୍ପଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲା ମୋହନା ଥାନା ପୋଲିସ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରିଛନ୍ତି । ହେଲେ ଚୋରା ବେପାରୀ ପୋଲିସ ଆଖିରେ ଧୁଳି ଦେଇ ଚମ୍ପଟ ମାରିଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ମୋହନା ଥାନା ଅନ୍ତର୍ଗତ କାଳିଆପେଟା ଛକ ନିକଟରେ ଓଡି ୦୭ ଏଫ୍୨୦୯୩ ଗାଡିରେ ୧୧୪କେଜି ଗଞ୍ଜେଇକୁ କେତେକ ବସ୍ତାରେ ପ୍ୟାକେଟ କରାଯାଇ ଏକ ଅଟୋରିକ୍ସା ଦ୍ୱାରା ବାହାର ରାଜ୍ୟକୁ ଚୋରାଚାଲାଣ କରୁଥିବା ସମୟରେ ମୋହନା ଥାନା ପୋଲିସ ପକ୍ଷରୁ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଗଞ୍ଜେଇ ଗାଡିଟିକୁ ଚଢାଉ କରି ଗଞ୍ଜେଇକୁ ଜବତ କରାଯାଇଛି । ହେଲେ ଦୁରରୁ ପୋଲିସକୁ ଦେଖି ଆଟୋ ଡ୍ରାଇଭର ଓ ଚୋରା ଚାଲାଣକାରୀ ଦୌଡି ଚମ୍ପଟ ମାରିଥିବା ଜଣାପଡିଛି । ଆଟୋରୁ ୪ଗୋଟି ବସ୍ତାରେ ଗଚ୍ଛିତ ଥିବା ୧୧୪କିଲୋ ଗଞ୍ଜେଇକୁ ପୋଲିସ ଜବତ କରିଛି । ଏ ନେଇ ମୋହନା ଥାନାରେ କେସ ନମ୍ବର ୨୧୩/୨୧ରେ ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୁଚନା ଦେଇଛନ୍ତି ।


