ପନ୍ଦାଡୋ ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲିଲା

ହାଟଡ଼ିହି (ଓ୍ବାଇଏନ୍ଏସ୍) : ଆଗାମି ଦିନରେ କିପରି କରୋନାକୁ ମୁକାବିଲା କରାଯିବ ସେନେଇ ରାଜ୍ୟ ସରକାର ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ସନ୍ଦିଗ୍ଧ ରୋଗୀ ମାନଙ୍କ ପାଇଁ ପ୍ର୍ରତି ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲାଯାଉଛି । ଯୁଦ୍ଧକାଳୀନ ଭିତିରେ ଖୋଲାଯାଉଥିବା ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କ ରହିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପନ୍ଦାଡୋ ପଞ୍ଚାୟତର ହାଇସ୍କୁଲ ଠାରେ ତିନୋଟିି ୱାର୍ଡ ଖୋଲାଯାଇ ୩୭ଟି ବେଡ ପକାଯାଇଥିବାବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାନିଟାଇଜର ବ୍ୟବସ୍ଥା ଥିବାବେଳେ ବିଦ୍ୟୁତ, ଇନଭଟର, ଫ୍ୟାନ, ପାନୀୟଜଳ ଓ ପରିମଳର ସମସ୍ତ ବ୍ୟବସ୍ଥା କରାଯାଇଛି । ଏପରିକି ଭିନ୍ନକ୍ଷମ ମାନଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଥିବା ବେଳେ ଏହା କୌଣସି ସରକାରୀ ଡାକ୍ତରଖାନାରୁ କମ ନଥିବା ଦେଖିବାକୁ ମିଳିଛି । ପନ୍ଦାଡୋ ପଞ୍ଚାୟତର ସରପଞ୍ଚ ଅନିରୁଦ୍ଧ ବେହେରା, ଜିଆରଏସ ପଙ୍କଜ ତ୍ରିପାଠୀ, କନିଷ୍ଠଯନ୍ତ୍ରୀ ସୁପ୍ରଭା ପଧାନ, ସ୍ୱେଚ୍ଛାସେବୀ ରାଜେନ୍ଦ୍ର ରାଉତ, ଗୋବିନ୍ଦ ଜେନା, ସୁରେନ୍ଦ୍ର ରାଉତ, ନକୁଳ ଜେନା, ନିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହି ଯେଉଁ ସନ୍ଦିଗ୍ଧମାନେ ଠାବ ହେବେ ସେମାନଙ୍କୁ ଏଠାରେ ସଙ୍ଗରୋଧରେ ରଖାଯାଇ କିପରି ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରୁଛନ୍ତି । ସେହିପରି ପଞ୍ଚାୟତରେ ଶହେଜଣ ନିରାଶ୍ରୟ, ବୃଦ୍ଧବୃଦ୍ଧାଙ୍କୁ ସିଦ୍ଧଚଣ୍ଡୀ ଏସ.ଏସ.ଜି ଗ୍ରୁପ ସହଯୋଗରେ ଦୁଇଓଳି ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ