ପବିତ୍ର ନାଗାର୍ଜୁନ ବେଶ ଉପଲକ୍ଷେ ଦିବ୍ୟ ଜୀବନ ସଂଘ ଦ୍ୱାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳିତ
ବ୍ରହ୍ମପୁର,(ୱାଇଏନ୍ଏସ୍): ଶୁକ୍ରବାର ଦିନ ଶକ୍ତି ନଗର ୫ମ ଲାଇନ ଏକ୍ସଟନସନ ସ୍ଥିତ ଦେବୀ ମନ୍ଦିର ପ୍ରାଙ୍ଗଣରେ ସୁରେନ କୁମାର ନାୟକଙ୍କ ନୂତନ ଗୃହ ପ୍ରତିଷ୍ଠା ଦିବସରେ ଦିବ୍ୟ ଜୀବନ ସଂଘ ଲାଂଜିପାଲି ଶାଖାର ପ୍ରତିଷ୍ଠାତା ତଥା ଯୋଗାଚାର୍ଯ୍ୟ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜାଙ୍କ ଅଦକ୍ଷତାରେ ପବିତ୍ର କାର୍ତିକ ମାସରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଉପଲକ୍ଷେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାତଃ ଜୟ ଗଣେଶ କୀର୍ତନ , ଜପ ଧ୍ୟାନ, ଗୁରୁ ସ୍ରୋତ, ବିଶ୍ୱ ପ୍ରାର୍ଥନା,ପ୍ରଭୁ ପ୍ରାର୍ଥନା, ଶ୍ରୀସୁକ୍ତମ, ଶନିଶ୍ଚର ସ୍ରୋତମ, ୧୦୮ ହନୁମାନ ଚାଳିଶା ବିଶ୍ୱର କଲ୍ୟାଣ ଓ ଜଗତର ମଙ୍ଗଳ ନିମନ୍ତେ ଶାନ୍ତି ପାଠ କରାଯାଇଥିଲା |


