ପବିତ୍ର ରକ୍ଷାବନ୍ଧନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସ୍ନେହ,ପ୍ରେମ ଓ ବିଶ୍ୱାସର ଅବିସ୍ମରଣୀୟ ଡୋରି ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱର ଉତ୍କଳ ବାଳାଶ୍ରମ ଓ ରାଣୀପାଟଣା ସ୍ଥିତ ଦିବ୍ଯାଙ୍ଗ ସ୍କୁଲରେ ଥିବା ଅନାଥ ଓ ଦିବ୍ଯାଙ୍ଗ ପିଲା ମାନଙ୍କୁ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ ବଣ୍ଟନ କରିଥିଲେ। ପିଲାମାନଙ୍କ ସହିତ ଖେଳକୁଦ କରିବା ସହିତ ଗପସପ କରିବା ମାଧ୍ୟମରେ ତାଙ୍କ ଭଲମନ୍ଦ ବୁଝିଥିଲେ। ତତସହିତ ପବିତ୍ର ରକ୍ଷା ବନ୍ଧନ,ବଳଭଦ୍ରଙ୍କ ଜନ୍ମ ଗହ୍ମା ପୂର୍ଣ୍ଣିମା ଅବସରରେ ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ଜଣାଇଥିଲେ। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି, ଜିଲ୍ଲା ଉପସଭାପତି କମଳଲୋଚନ ଦାସ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ସମେତ ଅନେକ ନେତୃବୃନ୍ଦ ଯୋଗଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ