ପବିତ୍ର ରଥଯାତ୍ରା ଅବସରରେ ‘ସାଂସ୍କୃତିକ କାର୍ଯ୍ୟକ୍ରମ’ର  ଶେଷ ସନ୍ଧ୍ୟା  

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ  ପବିତ୍ର ରଥଯାତ୍ରା ଅବସର’ରେ  ଜିଲ୍ଲା ପ୍ରଶାସନର ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷ’ରୁ  ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର’ରେ  ଥିବା ସ୍ନାନ ମଣ୍ଡପ”ରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ , ବାହୁଡ଼ାଯାତ୍ରା ଦିନ ସନ୍ଧ୍ୟାରେ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ (ଭଜନ ସମାରୋହ ) ଅନୁଷ୍ଠିତ ହୋଇଯାଇଛି  l  ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ସଂସ୍କୃତି ପରିଷଦ’ର ମିଳିତ ଆନୁକୂଲ୍ୟ’ରେ  ଆୟୋଜିତ ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ’କୁ ଯାତ୍ରାବାସୀ ଭରପୁର ଉପଭୋଗ କରିଥିଲେ  l  ଚଳିତ ରଥଯାତ୍ରା ପରଦିନ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଲୋକମାନ’ଙ୍କ ସମାଗମ’କୁ  ଦୃଷ୍ଟିରେ ରଖି  ସେମାନଙ୍କ ମନୋରଞ୍ଜନ ପାଇଁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା  l ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ  ଅବସର’ରେ ବିଭିନ୍ନ ଦିନ’ର ସନ୍ଧ୍ୟାରେ ଓଡିଶୀ, ଭାରତ-ନାଟ୍ୟମ  ଓ କୁଚୁପୁଡ଼ି ନୃତ୍ୟ ସମେତ ଭଜନ ନୃତ୍ୟ , ସମ୍ବଲପୁରୀ ଓ ଭଜନ ସନ୍ଧ୍ୟା ପ୍ରଭୃତି ପରିବେଷଣ କରା ଯାଇଥିଲା l ସେହିଭଳି ବାହୁଡା ଯାତ୍ରା ଦିନ ଶେଷ ସନ୍ଧ୍ୟା’ରେ ସୁଦୂର ବ୍ରହ୍ମପୁର’ର କଳାକାର ମାନେ ଆସି “ଭକ୍ତି ନୈବେଦ୍ୟ” ସଂଗୀତ ପରିବେଷଣ କରିଥିଲେ  l  ଏହି  “ଭକ୍ତି ନୈବେଦ୍ୟ” ପୂର୍ଣ୍ଣ ସଂଗୀତ ସଂଗୀତ କାର୍ଯ୍ୟକ୍ରମ’କୁ ଶ୍ରଦ୍ଧାଳୁ ଲୋକମାନେ ରାତି ୧୧ଘଣ୍ଟା ପର୍ଯ୍ୟନ୍ତ ଉପଭୋଗ କରିବା ସହ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏଭଳି କାର୍ଯ୍ୟକ୍ରମ’କୁ  ସମସ୍ତେ ପ୍ରଶଂସା  କରିଥିଲେ l ଏହି ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ  ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ , ପାରଳା ପୌର ପରିଷଦ’ର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା , ଜିଲ୍ଲା ସଂସ୍କୃତି ସଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ  ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ