ପବିତ୍ର ରମଜାନ ମାସ ଅବସରରେ ବି ହୋଇପାରିବ ନାହିଁ ସମୂହ ନମାଜପାଠ
କଟକ(ସଞ୍ଜୀବ କୁମାର ତିୱାରୀ):ଆସନ୍ତା କାଲିଠାରୁ ଆରମ୍ଭ ହେବ ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀ ମାନଙ୍କ ପବିତ୍ର ରମଜାନ ମାସ । ମହାମାରୀ କରେନା ପାଇଁ ଦେଶ ତଥା ରାଜ୍ୟରେ ଜାରି ରହିଛି ଲକଡାଉନ। ଏହା କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ତରଫରୁ କିଛି କଟକଣା ଜାରି କରାଯାଇଛି। କଟକ ସହରରେ ଲକଡାଉନ ରେ କୌଣସି ମସଜିଦ ରେ ୫ଜଣଙ୍କ ରୁ ଉର୍ଦ୍ଧ ଲୋକେ ନମାଜ ପାଠ କରିପାରିବେ ନାହିଁ । ଏହା ସହ କୌଣସି ସ୍ଥାନରେ ଏକତ୍ରିତ ହୋଇ ଇଫତାର ପାର୍ଟି କରିପାରିବେ ନାହିଁ ବୋଲି କଟକ ଡିସିପି ଅଖିଲେଶ୍ୱର ସିଂ ସୂଚନା ଦେଇଥିବାର ଜଣାପଡିଛି।


