ପବ୍ଲିକ ରାଇଟ୍ ଆସୋସିଏସନ୍ ତରଫରୁ ବିକ୍ଷୋଭ

ଜୟପୁର,(ଓ୍ବାଇଏନ୍ଏସ୍):ପବ୍ଲିକ ରାଉଟ୍ ଆସୋସିଏସନ ତରଫରୁ ଉପଜିଲାପାଳ କାଯ୍ୟଳୟ ଘେରାଉ କରାଯାଇ ବିକ୍ଷୋଭ କରାଯାଇଛି । ଆସୋସିଏସନର ସଭାପତି ଦେବେନ୍ଦ୍ର ବାହିନିତି ଉପ ଜିଲାପାଳ ଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ରାଜେନ୍ଦ୍ର କୁମାର ଖରା ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଜୟପୁର ପୌରାଞ୍ଚଳର ବୃଦ୍ଧା, ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ ଅବିବାହିତ ଭତ୍ତା ପାଇବା ହିତାଧିକାରୀ ମାନେ ବାରମ୍ବାର ଆନ୍ଦୋଳନ କରିବା ସତ୍ତ୍ୱେ ସେମାନେ ନିଜର ମୌଳିକ ଓ ସାମ୍ବିଧାନିକ ଅଧିକାର ପାଇବାରୁ ବଞ୍ଚିତ ରହିଛନ୍ତି ।ହିତାଧିକାରି ମାନେ ପୁଣି ଥରେ ଅନ୍‌ଲାଇନରେ ଆବେଦନ କରିବା ସହ  ଜୟପୁର ପୌର କାଯ୍ୟାନିବାହୀ ଅଧିକାରିଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । କିନ୍ତୁ ତାହାର କିଛି ସୁଫଳ ମିଳିଲା ନାହିଁ । ତେଣ ପବ୍ଲିକ ରାଇଟ ଆସୋସିଏସନ ପକ୍ଷରୁ ଦାବୀ କରାଯାଇଛି ଯେ ସେମାନଙ୍କ ଆବେଦନ ପତ୍ର ଗ୍ରହଣ କରି ସେମାନଙ୍କ ଯଥାଶିଘ୍ର ଯୋଗ୍ୟତା ଭିତ୍ତିରେ ଭତ୍ତା ପ୍ରାଦନ ପାଇଁ ପଦକ୍ଷପ ନିଆଯାଉ । ନତେତ ହିତାଧିକାରିଙ୍କ ସହ ଧାରଣାରେ ବସିବାକୁ ବାଧ୍ୟ ହେବାରୁ ବୋଲି ପ୍ରଶାସନକୁ ଚେତାବନି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ