ପରାଜୟ କିମ୍ବା ବିଜୟ ମୋର ଲକ୍ଷ୍ୟ ନୁହେଁ ଲୋକସେବା ଓ ଅଞ୍ଚଚଳର ବିକାଶ ମୋର ଲକ୍ଷ:ଡ.ତିରୁପତି

ପାରଳାଖେମୁଣ୍ଡି, ୨୫ା୦୫ -(ତାରିଣୀ ପ୍ରଶାଦ ପଣ୍ଡା) ଗଜପତି ଜିଲ୍ଲା ସମେତ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିକାଶ ଓ ଲୋକ ସେବା ମୋର ମୂଳ ଲକ୍ଷ । ନିର୍ବଚନରେ ପରାଜୟ କିମ୍ବା ବିଜୟ ହେବା ବଡ କଥା ନୁହେଁ । ପରାଜୟରେ ମୋର ରାଜନୀତି ସରିନାହିଁ । ପ୍ରକୃତ ଲୋକସେବାରେ ଯେଉଁ ଆନନ୍ଦ ମିଲିବ ନିର୍ବଚନରେ ବିଜୟ ହେଲେ ସେତିକି ଆନନ୍ଦ ମିଲିବ ନାହିଁ । ବିକାଶ ଓ ଲୋକ ସେବା ପାଇଁ ମୁଁ ରାଜନୀତିକୁ ଆସିଛି । ତେଣୁ ବିକାଶ ଧାରା ଓ ଜନସେବାରେ ମୁଁ ନିଜକୁ ସାମିଲ କରି ଚାଲିଥିବି ବୋଲି ପାରଳା ବିଧାନସଭା ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିବା ସ୍ୱାଧୀନ ପ୍ରାର୍ଥୀ ଡ.ତିରୁପତି ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପାରଳାଖେମୁଣ୍ଡି ହାଇଟେକ ପ୍ଲାଜାରେ ଆୟୋଜିତ ଏହି ସମ୍ମିଳନୀରେ ଆହୁରି ସେ କହିଛନ୍ତି ଯେ,ମୁଁ କଂଗ୍ରେସ ଟିକେଟ ପାଇଁ ଆଶା ରଖିଥିଲି,ଦଳ ମଧ୍ୟ ମୋତେ ଟିକେଟ ଦେବେ ବୋଲି ପ୍ରତିଶୃତି ଦେଇଥିଲା । ତେଣୁ କଂଗ୍ରେସ ପତାକା ସହ ଶୋଭାଯାତ୍ରା କରି ମୁଁ ମୋର ନାମାଙ୍କନ ଦାଖଲ କରିଥିଲି । ତେବେ ଶେଷ ମୂହୁର୍ତ୍ତ ରେ ଦଳ ମୋତେ ଟିକେଟ ଦେଲା ନାହିଁ ଫଳରେ ମୁଁ ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରିଥିଲି ମାତ୍ର ୧୦ ଦିନ ମଧ୍ୟରେ ଗୋଟିଏ ଚିହ୍ନରୁ ଆଉ ଗୋଟିଏ ଚିହ୍ନରେ ପ୍ରତିଦ୍ୱନ୍ଦିତା କରିବା ପରେ ମଧ୍ୟ ଲୋକେ ମୋତେ ଭୋଟ ଦେଇ ଦ୍ୱିତୀୟ ସ୍ଥାନରେ ପହଞ୍ଚାଇଛନ୍ତି । ଏଥିରୁ ସ୍ପଷ୍ଟ ଅଞ୍ଚଳବାସୀ ମୋତେ କେତେ ଭଲ ପାଉଛନ୍ତି ଏବଂ ଅତୁଟ ବିଶ୍ୱାସ ରଖିଛନ୍ତି । ତେଣୁ ପରାଜୟ ଦ୍ୱାରା ଲୋକ ସେବା କାର୍ଯ୍ୟ ସରିନାହିଁ ବରଂ ବିକାଶ ସେବା ପାଇଁ ଦାୟିତ୍ୱ ଆହୁରି ବଢି ଯାଇଛି । ଲୋକଙ୍କ ପାଇଁ ସଦାସର୍ବଦା ମୁଁ ନିଜକୁ ନିୟୋଜିତ କରିବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ