ପରିଚାଳନା କମିଟି ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ ଆଖୁଆପଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍କୁଲ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ସହଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ସରପଞ୍ଚ ଦେବଦାସୀ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ବିଦ୍ୟାଳୟ ଗାଁର ଗୌରବ ବୋଲି କହିଥିଲେ। ପ୍ରଶିକ୍ଷଣ ଶିବିରରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପୁଷ୍ପକ ଚନ୍ଦ୍ର ଭାରତୀ , ପ୍ରଧାନଶିକ୍ଷକ ଧନେଶ୍ୱର ସାହୁ, ସମାଜସେବୀ ସୌମ୍ୟରଂଜନ ଜେନା ପ୍ରମୁଖ ଯୋଗଦେଇ ସହଯୋଗ ଭିତ୍ତିକ ପ୍ରଶିକ୍ଷଣ ଶିବିରର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବିଭୁତିଭୂଷଣ ମହାନ୍ତି, ନରେନ୍ଦ୍ର ସେଠୀ, ବିଷ୍ଣୁପ୍ରିୟା ବେହୁରିଆ, ମଧୁସ୍ମିତା ପରିଡା ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ ପ୍ରଶିକ୍ଷଣ ଗ୍ରହଣ କରିଥିବା ବେଳେ ସଭାପତି ଅକ୍ଷୟ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।