ବୃଦ୍ଧଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ସଦର ଥାନା ।ନ୍ତର୍ଗତ ଗୁଲନଗର ଗ୍ରାମର ଗୋପିନାଥ ଗେରୁ(୫୮)ଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ରବିବାର ସ୍ୱର୍ଗତ ଗେରୁ ବିଲକୁ ତଳା ନେଇଯାଇଥିଲେ । ବିଲରେ ପହଞ୍ଚିବା ପରେ ହଠାତ ତାଙ୍କ ମୁ୍ଣ୍ଡ କଣ ହୋଇଯିବାରୁ ସେ ବିଲରେ ବସିପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ତାଙ୍କ ପରିବାର ପକ୍ଷରୁ ସ୍ୱର୍ଗତ ଗେରୁଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଯାଇଥିବା ନେଇ ଅଭିଯୋଗ କରାଯାଇଛି । ଖବର ପାଇ ସଦର ଥାନା ପୋଲିସ ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରାଇବା ସହ ଏକ ଅପମୃତ୍ୟୁ ମାମଲା ରଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ପବିତ୍ର ମହାରଣା ସୂଚନା ଦେଇଛନ୍ତି ।


