ପରିବାର ର ସଦସ୍ୟ ସାଜିଲେ ସଇତାନ
ପରିବାର ର ଲୋକଙ୍କୁ ଭଗବାନ ସହିିିତ ତୁଳନା କରାଯାଏ । କିନ୍ତୁ ପରିବାର ଲୋକ ଭଗବାନ ସାଜିବା ତ ଦୁରର କଥା ପାଲଟିଗଲେ ସଇତାନ । ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ । ବାର ବର୍ଷିୟ ନାବାଳିକା କୁ ନିଜ ଦାଦା ଖୁଡି ଓ ଦୁଇ ଭାଇ ତଣ୍ଟିଚିପି ହତ୍ୟା କରିବା ପରେ ତାର ଶରୀରର ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଛନ୍ତି । ମାର୍ଚ୍ଚ ୧୪ ରେ ଏହି ଲୋମଟାଙ୍କୁରା ଘଟଣା ପରେ ରାଜ୍ୟରେ ହଇଚଇ ସୃ୍ଷ୍ଟି ହୋଇଯାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସାଗର ଜିଲ୍ଳାର ଏକ କ୍ଷେତର ୁ ନାବାଳିକାର ମୁଣ୍ଡବିହିନ ଶବ ଜବତ କରିଥିଲା ପୋଲିସ । ଏହା ପରେ ପୋଲିସ ଆରମ୍ଭ କରିଦେଇଥିଲା ଇନଭେଷ୍ଟକେସନ । ପରିବାର ଲୋକମଧ୍ୟ ଥାନାରେ ଏତଲା ଦେଇଥିଲେ । ଏହି ଘଟଣା ପରେ ପୋଲିସ ଶବ ବ୍ୟବଛେଦ ରିପୋର୍ଟ କଣ ଆସିବ ମେଡିକାଲ ରିପୋର୍ଟକୁ ଚାହିଁରହିଥିଲା ।ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସମସ୍ତେ ଆଚମ୍ବିତ ହୋଇପଡିଥିଲେ । କାରଣ ୧୨ ବର୍ଷର ନାବାଳିକାକୁ କାହିଁ କି କିଏ ଅବା ହତ୍ୟା କରିବ ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିଲା ପ୍ରଥମେ ପୋଲିସ ପରିବାର ଲୋକଙ୍କ ଠାରୁ ଆରମ୍ଭ କରିଦେଇଥିଲା ଇନଭେଷ୍ଟକେସନ । ପରିବାରର ଲୋକ ଦାଦା କୁ ପଚାରା ଉଚାରା ଆରମ୍ଭ କରିଦେଇଥିଲା ।ପ୍ରଥମେ ଦାଦା ହତ୍ୟା କରିଥିବା ସ୍ୱୀକାର କରୁନଥିବା ସମୟରେ କିନ୍ତୁ ଶେଷରେ ନାବାଳିକା ଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଶବ ବ୍ୟବଛେଦ ରିପୋର୍ଟ ଯାହା ଆସିଥିଲା ସମସ୍ତେ ଆଚମ୍ବିତ ହୋଇପଡିଥିଲେ ।କାରଣ ନିଜର ପରିବାର ସଦସ୍ୟ ହିଁ ନାବାଳିକା ସହ ପ୍ରଥମେ ଦୁଷ୍କର୍ମ ଏହା ପରେ ତଣ୍ଟିଚିପି ହତ୍ୟା କରିବା ପରେ ମୁଣ୍ଡ ଗଣ୍ଡି ଅଲଗା କିର ଫୋପାଡି ଦେଇଥିଲେ । ଦୁଇ ଭାଇ ଓ ଦାଦା ନିଜ ପରିବାର ର ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା କରି ସମାଜ ପାଇଁ ଜହ୍ଲାଦ ପାଲଟିଯାଇଛନ୍ତି । ସମସ୍ତ କଥା ସ୍ୱୀକାର କରିବା ପରେ ପୋଲିସ ଦୁଇଭାଇ ଓ ଦାଦା ଓ ଖୁଡି କୁ ଗିରଫ କୋର୍ଟ ଚାଲାଣ କରିଛି ।


