ପରିବା ବଜାରରେ ଲାଗିଛି ନିଆଁ
ଶେରଗଡ, (ଅନୀଲ କୁମାର ପଣ୍ଡା):ବଜାରରେ ସବୁ ଦର ଏବେ ଆକାଶଛୁଆଁ। ବିଗତ ପ୍ରାୟ ଏକ ମାସ ହେଲାଣି ଦର ବୃଦ୍ଧି ହେବାରେ ଲାଗିଛି। ପନିପରିବା ହେଉ ଅବା ଖାଉଟି ସାମଗ୍ରୀ ସବୁ ଜିନିଷ ରେ ନିଆଁ ଲାଗିଛି। କାହାରି କୌଣସି ଚିନ୍ତା ନାହିଁ। ସବୁ କିଛି ଅତ୍ୟାବଶ୍ୟକ ହୋଈଥିବାରୁ ଖାଉଟି ନାଚାର। ବଜାରରେ ସରକାରଙ୍କ ହସ୍ତକ୍ଷେପ ନାହିଁ କିମ୍ବା ବିଭାଗର କୌଣସି ପଦକ୍ଷେପ ନାହିଁ। ଅସାଧୁ ବ୍ୟବସାୟୀ ସୁଯୋଗର ବେଶ ସଦୁପଯୋଗ କରୁଛନ୍ତି। ସବୁ ଜିନିଷ ର ଅହେତୁକ ଦର ବୃଦ୍ଧି ଅସାଧୁ ବେପାରୀ ଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିଛି। ମନ ଈଚ୍ଛା ଯିଏ ଯେତେ ପାରୁଛି, ସାଧାରଣ ଖାଉଟି ଙ୍କୁ ଲୁଟିବାରେ ଲାଗିଛନ୍ତି। ଦରବୃଦ୍ଧି ବିରୋଧରେ ନିୟମିତ କାର୍ୟ୍ୟାନୁଷ୍ଠାନ ର ଅଭାବ ଏବଂ ସରକାର ବେଫିକର ରହିବା କାରଣ ରୁ ପରିସ୍ଥିତି ସେହି ମାନଙ୍କ ଲାଗି ଅସହ୍ୟ ହେଉଛି। ଯେଉଁମାନେ ହାଡଭଙ୍ଗା ପରିଶ୍ରମ କରି ଅର୍ଥ ଉପାର୍ଜନ କରୁଛନ୍ତି। କାର୍ତ୍ତିକ ମାସ ଆରମ୍ଭ ହୋଈଥିବାରୁ ବହୁଳ ଭାବରେ ଲୋକ ମାନେ ପନିପରିବା ଉପରେ ନିର୍ଭର କରନ୍ତି। ଅର୍ଥାତ ପନିପରିବା ଦର ଯାହା ରହିଛି, ସେଥିରେ ସୁଧାର ନାଆସିଲେ ସାଧାରଣ, ମଧ୍ୟବିତ୍ତ ପରିବାର କୁ କାର୍ତ୍ତିକ କଷ୍ଟ ହୋଈପଡିବ। କାର୍ତ୍ତିକ ର କଷ୍ଟ ଆଳୁ ୩୫,ପିଆଜ ୬୦,ରସୁଣ ୩୨୦,କଞ୍ଚା ଲଙ୍କା ୧୦୦ ଗ୍ରାମ ୧୨,ପୋଟଳ ୬୦,ବିନ ୧୦୦,ଫୁଲକୋବି ୮୦,ବାଈଗଣ ୬୦,ଝୁଡୁଙ୍ଗ ୬୦ ଅପରପକ୍ଷରେ ବେଳେ ବେଳେ ଅତ୍ୟାବଶ୍ୟକ ସମୟରେ ଗୋଦାମ ରେ ମହଜୁଦ ରଖାଯାଈଥିବା ଖୁଚୁରା ବଜାରରେ ଏହାର ଦରବୃଦ୍ଧି ଲାଗି ଖାଉଟି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ପରିବା ଚାଷ ପ୍ରତି ସଚେତନତା, ଆର୍ଥିକ ପ୍ରୋତ୍ସାହନ, ଶୀତଳ ଭଣ୍ଡାର ନିର୍ମାଣ ପରି କିଛି ପଦକ୍ଷେପ ନିଆଗଲେ ଆମ ରାଜ୍ୟ ରେ ପନିପରିବା ଉତ୍ପାଦନ ବୃଦ୍ଧି ପାଆନ୍ତା ବୋଲି ବୁଦ୍ଧିଜୀବୀ ମତ ଦେଈଛନ୍ତି। ଡାଲି, ତେଲ,ତୈଳ ବୀଜ ଆଦିର ଦର ଉପରେ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି।