ପରିବେଶବିତ୍ ପାଳିଲେ କ୍ଲିନ୍ ହୋଲି-ଗ୍ରୀନ୍ ହୋଲି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରଙ୍ଗର ପର୍ବ ହୋଲିକୁ ସ୍ମାର୍ଟ ନଗରୀ ଭୁବନେଶ୍ୱରର ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଏକ ନିଆରା ଢଙ୍ଗରେ ପରିବେଶ ଉପଯୋଗୀ ବଳିଷ୍ଠ ବାର୍ତ୍ତା ଦେଇ ନିରାଡ଼ମ୍ବର ଭାବେ ପାଳନ କରିଥିଲେ । ଘରର ଛାତ ଉପରେ ରଙ୍ଗ ବେରଙ୍ଗ ମୁରୁଜ ପକାଇ ତିଆରିଥିଲେ ଏକ ରଙ୍ଗୀନ ବୃକ୍ଷ । ଏଥିରେ ଦର୍ଶାଇଥିଲେ ରଙ୍ଗ ହେଉଛି ପ୍ରକୃତିର ଅନନ୍ୟ ସୃଷ୍ଟି । ଏଣୁ ରାସାୟନିକ ରଙ୍ଗ ଠାରୁ ଦୂରରେ ରହି ପ୍ରାକୃତିକ ରଙ୍ଗ ତଥା ହଳଦୀ, ଡ଼ାଲିଆ ଫୁଲ, ମନ୍ଦାର ଫୁଲ, ଲାଲ ଚନ୍ଦନ, ଚାଉଳ ଗୁଣ୍ଡ, ଡ଼ାଳିମ୍ବ ଚୋପା, ନିମ୍ବ ପତ୍ର, ପାଳଙ୍ଗ ଓ ମେହେନ୍ଦି ପାଉଡ଼ର ବ୍ୟବହାର କରି ନିରାପଦ ଓ ସୁରକ୍ଷିତ ହୋଲି ପାଳନ ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଯଦ୍ୱାରା ଆମେ ଜଳ ଓ ବାୟୁ ପ୍ରଦୂଷଣକୁ ଅନେକ ମାତ୍ରାରେ ରକ୍ଷା କରିପାରିବା ବୋଲି ସେ ଏହି ମର୍ମରେ କହିଥିଲେ । ରଙ୍ଗର ପର୍ବକୁ କ୍ଲିନ ହୋଲି-ଗ୍ରୀନ୍ ହୋଲି ରୂପେ ସମସ୍ତେ ପାଳନ କରନ୍ତୁ ବୋଲି ସାହୁ ଏହି ଅବସରରରେ ଆଶା ପ୍ରକଟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ