ପରୀକୁ ନ୍ୟାୟ ପାଇଁ ବିଜେପିର ପଦଯାତ୍ରା ପ୍ରସ୍ତୁତି ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ପରୀକୁ ନ୍ୟାୟ ପାଇଁ ପଦଯାତ୍ରା ଓ କୃଷକ ମାନଙ୍କ ହିତପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ବିଷୟରେ ସଚେତନ କରାଇବା ପାଇଁ ‘ମଣ୍ଡିକୁ ଚାଲ’ ଅଭିଯାନ ପାଇଁ ବିଜେପିର ଏକ ପ୍ରସ୍ତୁତି ବୈଠକ ହାଟଡିହି ବ୍ଲକ ବଞ୍ଚୋ ଠାରେ ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ୨୪ତାରିଖରେ ବାଲେଶ୍ୱର ଠାରେ ହେବାକୁଥିବା ବିଶାଳ ଚାଷୀ ସମ୍ମିଳନୀରେ ଆନନ୍ଦପୁର ନିର୍ବାଚନମଣ୍ଡଳୀରୁ ଏକ ହଜାରରୁ ଉର୍ଦ୍ଧ ଚାଷୀ ଯୋଗଦେବା ପାଇଁ ନିଷ୍ପତି ହୋଇଥିଲା । ସେହିପରି ଆସନ୍ତା ୨୨ତାରିଖରେ ପରୀକୁ ନ୍ୟାୟ ପାଇଁ ପଦଯାତ୍ରା କରାଯିବାକୁ ନିଷ୍ପତି ହୋଇଥିଲା । ଆନନ୍ଦପୁର ବ୍ଲକ ଛକରୁ କୋର୍ଟଛକ ଯାଏଁ ଏହିପଦଯାତ୍ରା କରାଯିବାକୁ ନିଷ୍ପତି ନିଆଯିବା ସହ ମଣ୍ଡିଚାଲ ଅଭିଯାନରେ ପ୍ରତ୍ୟେକ ମଣ୍ଡିକୁ ଯାଇ କୃକ ମାନଙ୍କ ଅସୁବିଧା ବୁଝିବାସହ ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ନିଷ୍ପତି ହୋଇଥିଲା । ଏହି ବୈଠକରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଓବିସି ମୋର୍ଚ୍ଚା ଉପସଭାପତି ଭଗବାନ ସାହୁ, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା କୃଷକମୋର୍ଚ୍ଚା ପ୍ରଭାରୀ ଶଙ୍କର୍ଷଣ ଜେନା, ବରିଷ୍ଠ ନେତା ବିଜୟ ରାଉତ, ରମାକାନ୍ତ ନାୟକ, ସୁଶାନ୍ତ ଜେନା, ପ୍ରାଣକୃଷ୍ଣ ସାହୁ, ନିତ୍ୟାନନ୍ଦ ବେହେରା, ଅଧର ବେହେରା, ମଧୁସୁଦନ ରାଉତ,ଧନେଶ୍ୱର ରାଉତ, ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ, ମଣ୍ଡଳ ସଭାପତି କୈଳାଶ ସାମଲ, ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ଶଶିକାନ୍ତ ରାଉତ, ବଳଭଦ୍ର ବାରିକ, ହେମନ୍ତ ମହାନ୍ତ, ଟୁକୁନା ମହାନ୍ତ, ଯୁବମୋର୍ଚ୍ଚା ସଭାପତି ଆଲୋକ ଦାସ, ସୁଭାଦ୍ରୀ ବଳିୟାର ସିଂ, ପବିତ୍ର ଜେନା, ପିନାକୀ ଜେନା, କୃଷ୍ଣଚନ୍ଦ୍ର ଜେନା, ଆଶିଷ ଜେନା, ପ୍ରହଲାଦ ନାୟକ, ସୋମନାଥ ନାୟକ, ଗୋପାଳକୃଷ୍ଣ ମହାନ୍ତି, ଉମାକାନ୍ତ ରାଉତ, ନାରାୟଣ ବାରିକ, ଦୀପକ ଜେନା ପ୍ରମୁଖ ଯୋଗଦେଇଥିଲେ । ଜ୍ଞାନରଞ୍ଜନ ସାମନ୍ତ ସିଂହାର ଏହି ବୈଠକରେ ସଭାପତିତ୍ୱ କରିଥିବାବେଳେ ମଧୁସୁଦନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ