ପରୋପକାରୀ ମହିଳାଙ୍କ ପରଲୋକ 

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ଜଗନ୍ନାଥ ପାଟଣା ସାହିର ରାମଚନ୍ଦ୍ର ବେହରାଙ୍କ ସ୍ତ୍ରୀ ମହାଦେଇ ବେହରା ୮୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ।ସ୍ୱର୍ଗତ ମହାଦେଇ ଧର୍ମପରାୟଣା ଓ।ପରୋପକାରୀ ମହିଳା ଭାବେ ବେଲଗୁଣ୍ଠା ଅଞ୍ଚଳରେ ପରିଚିତ ଥିଲେ ଏବଂ ବସନ୍ତ ରୋଗକୁ ଝଡାଫୁଙ୍କା ମାଧ୍ୟମରେ ବିନା ମୁଲ୍ୟରେ ଚିକିତ୍ସା କରି ଅଞ୍ଚଳରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ ।ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ରୋଗରେ ପିଡୀତ ହୋଇ ଶଯ୍ୟାଶାୟି ଥିଲେ ।ଗତ ୨୮ ତାରିଖରେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ବେଲଗୁଣ୍ଠା ଶ୍ମଶାନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ