ପର୍ଯ୍ୟଟନସ୍ଥଳୀ ରେ ପର୍ଯ୍ୟଟକ ଙ୍କ ଭିଡ଼ ଜମିଲା
ନିମାପଡ଼ା, (ସନ୍ତୋଷ ଦାଶ):ରବିବାର ନୂଆ ବର୍ଷ ହୋଇଥିବାରୁ ଆଜି ଦିନ ତମାମ ପୁରୀ ଜିଲ୍ଲା ର ପୁରୀ, କୋଣାର୍କ, କାକଟପୁର, ଅସ୍ତରଙ୍ଗ ପ୍ରଭୁତି ପର୍ଯ୍ୟଟନସ୍ଥଳୀ ରେ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ ଲାଗି ରହିଥିଲା। ଗତ କିଛିଦିନ ହେଲା ଏହି ସବୁ ସ୍ଥାନ କୁ ପର୍ଯ୍ୟଟକ, ଯାତ୍ରୀ ଙ୍କ ସୁଅ ଛୁଟୁଛି । କୋଣାର୍କ ର ଚନ୍ଦ୍ରଭାଗାରୁ ରାମଚଣ୍ଡୀ ପୀଠ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକ, ସ୍କୁଲ ଛାତ୍ରଛାତ୍ରୀ, ବନ୍ଧୁ ପରିଜନ, ଯୁବକଯୁବତୀ ଭୋଜି ଭାତରେ ମସଗୁଲ ହୋଇଛନ୍ତି। ସବୁଠି ଖଚାଖଚ ଭିଡ଼। ରିଙ୍ଗ ରୋଗରୁ ଆଇବି ଛକ ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ପୁରୀ ର ଶ୍ରୀ ମନ୍ଦିର ଓ ସମୁଦ୍ର କୂଳ, କାକଟପୁର ର ମାମଙ୍ଗଳା ଙ୍କ ମନ୍ଦିର, ଅସ୍ତରଙ୍ଗ ର ଯାହାନିଆଁ, କେଳୁଣି ମୁହାଁଣ, ସହନ ଠାରେ ଯାତ୍ରୀ, ପର୍ଯ୍ୟଟକ ଙ୍କ ଭିଡ଼ ଲାଗିଥିଲା।କିଛି ଯାତ୍ରୀ,ପର୍ଯ୍ୟଟକ ରାତ୍ରୀ ଯାପନ କରି ସକାଳୁ ସକାଳୁ ବିଭିନ୍ନ ମନ୍ଦିର ଯାଇ ଠାକୁର/ଠାକୁରାଣୀ ଙ୍କୁ ଦର୍ଶନ କରିବାର ସ୍ଥିର କରିଛନ୍ତି । ସବୁ ସ୍ଥାନ ରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନ ରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ନୂଆବର୍ଷ ପାଇଁ ଏ ସବୁ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଯାତ୍ରୀ, ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗିବା ସମ୍ଭାବନା ରହିଛି। ଦୁଇ ବର୍ଷ ଧରି କୋଭିଡ କଟକଣା ଲାଗିରହିବାପରେ ଏ ବର୍ଷ ହଟିଛି। ଏଣୁ ବିଭିନ୍ନ ସ୍ଥାନରେ ଜିରୋ ନାଇଟ ଉତ୍ସବ ପାଳନ କରିବାର ବ୍ୟବସ୍ଥା ହୋଇଛି। ସମଗ୍ର ପୁରୀ ଜିଲ୍ଲା ଅଞ୍ଚଳ ଯାତ୍ରୀ ପର୍ଯ୍ୟଟକ ଙ୍କ ସମାଗମ ରେ ଚଳଚଞ୍ଚଳ ହୋଇ ପଡିଛି।


