ପର୍ଯ୍ୟଟନସ୍ଥଳୀ ରେ ପର୍ଯ୍ୟଟକ ଙ୍କ ଭିଡ଼

ନିମାପଡ଼ା, (ସନ୍ତୋଷ ଦାଶ):୨୦୨୪ନୂଆବର୍ଷ ର ଆଜି ପ୍ରଥମ ଦିନ। ଏଥିପାଇଁ ଆଜି ଦିନ ତମାମ ପୁରୀ ଜିଲ୍ଲା ର ପୁରୀ,କୋଣାର୍କ, କାକଟପୁର, ଅସ୍ତରଙ୍ଗ ପ୍ରଭୁତି ପର୍ଯ୍ୟଟନସ୍ଥଳୀ ରେ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ ଲାଗି ରହିଥିଲା। ଗତ କାଲି ସନ୍ଧ୍ୟାରୁ ଏହି ସବୁ ସ୍ଥାନ କୁ ପର୍ଯ୍ୟଟକ, ଯାତ୍ରୀ ଙ୍କ ସୁଅ ଛୁଟିଥିଲା । କୋଣାର୍କ ର ଚନ୍ଦ୍ରଭାଗାରୁ ରାମଚଣ୍ଡୀ ପୀଠ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକ, ସ୍କୁଲ ଛାତ୍ରଛାତ୍ରୀ, ବନ୍ଧୁ ପରିଜନ, ଯୁବକଯୁବତୀ ଭୋଜି ଭାତରେ ମସଗୁଲ ହୋଇଥିଲେ। ସବୁଠି ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଯାତ୍ରୀ, ପର୍ଯ୍ୟଟକ ଙ୍କ ଭିଡ଼ ଲାଗି ରହିଥିଲା। ପୁରୀ ଜିଲ୍ଲା କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର, ଅସ୍ତରଙ୍ଗ ର ଜାହାନିଆଁ, କେଳୁଣି ମୁହାଁଣ, ସହନ ଠାରେ ଯାତ୍ରୀ, ପର୍ଯ୍ୟଟକ ଙ୍କ ଭିଡ଼ ଲାଗିଥିଲା। କିଛି ଯାତ୍ରୀ,ପର୍ଯ୍ୟଟକ ରାତ୍ରୀ ଯାପନ କରି ସକାଳୁ ସକାଳୁ ମା ମଙ୍ଗଳା ଙ୍କ ମନ୍ଦିର ଯାଇ ମା ଙ୍କୁ ଦର୍ଶନ କରି ନିଜର ଓ ପରିବାର ର ମଙ୍ଗଳ କାମନା କରିଥିଲେ। ସବୁ ସ୍ଥାନ ରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନ ରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ନୂଆବର୍ଷ ପାଇଁ ଏ ସବୁ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଯାତ୍ରୀ, ପର୍ଯ୍ୟଟକ ମାନେ ପରିବାର ସହିତ ବଣଭୋଜି କରି ଉତ୍ସବ ପାଳନ କରିଥିଲେ। ସମଗ୍ର ପୁରୀ ଜିଲ୍ଲା ଅଞ୍ଚଳ ଯାତ୍ରୀ ପର୍ଯ୍ୟଟକ ଙ୍କ ସମାଗମ ରେ ଚଳଚଞ୍ଚଳ ହୋଇ ପଡିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ