ପର୍ଯ୍ୟଟନ ସ୍ଥଳୀ ରେ ପର୍ଯ୍ୟଟକ ଙ୍କ ଭିଡ଼
ନିମାପଡ଼ା, (ସନ୍ତୋଷ ଦାଶ):ବଡଦିନ ଅବସର ରେ ଦିନ ତମାମ ପୁରୀ ଜିଲ୍ଲା ର ପୁରୀ,କୋଣାର୍କ, କାକଟପୁର, ଅସ୍ତରଙ୍ଗ ପ୍ରଭୁତି ପର୍ଯ୍ୟଟନସ୍ଥଳୀ ରେ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ ଲାଗି ରହିଥିଲା। ଗତ କିଛିଦିନ ହେଲା ଏହି ସବୁ ସ୍ଥାନ କୁ ପର୍ଯ୍ୟଟକ, ଯାତ୍ରୀ ଙ୍କ ସୁଅ ଛୁଟୁଛି । କୋଣାର୍କ ର ଚନ୍ଦ୍ରଭାଗାରୁ ରାମଚଣ୍ଡୀ ପୀଠ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକ, ସ୍କୁଲ ଛାତ୍ରଛାତ୍ରୀ, ବନ୍ଧୁ ପରିଜନ, ଯୁବକଯୁବତୀ ଭୋଜି ଭାତରେ ମସଗୁଲ ହୋଇଥିଲେ। ସବୁଠି ଖଚାଖଚ ଭିଡ଼। ରିଙ୍ଗ ରୋଗରୁ ଆଇବି ଛକ ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ପୁରୀ ର ଶ୍ରୀ ମନ୍ଦିର ଓ ସମୁଦ୍ର କୂଳ, କାକଟପୁର ର ମାମଙ୍ଗଳା ଙ୍କ ମନ୍ଦିର, ଅସ୍ତରଙ୍ଗ ର ଯାହାନିଆଁ, କେଳୁଣି ମୁହାଁଣ, ସହନ ଠାରେ ଯାତ୍ରୀ, ପର୍ଯ୍ୟଟକ ଙ୍କ ଭିଡ଼ ଲାଗିଥିଲା। କିଛି ଯାତ୍ରୀ,ପର୍ଯ୍ୟଟକ ରାତ୍ରୀ ଯାପନ କରି ସକାଳୁ ସକାଳୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ କରିଥିଲେ। ସବୁ ସ୍ଥାନ ରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନ ରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ଆସନ୍ତା ନୂଆବର୍ଷ ଜାନୁୟାରୀ ୧ତାରିଖ ପର୍ଯ୍ୟନ୍ତ ଏ ସବୁ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଯାତ୍ରୀ, ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗିବା ସମ୍ଭାବନା ରହିଛି।