ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ୨୯୦ ତମ ପ୍ରତିଷ୍ଠା ମହୋତ୍ସବ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମଥୁରା ଗ୍ରାମର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ୨୯୦ ତମ ପ୍ରତିଷ୍ଠା ମହୋତ୍ସବ ଡିସେମ୍ବର ୨୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କଳାପାହାଡ଼ ଶ୍ରୀମନ୍ଦିର ଆକ୍ରମଣ କରିବା ବେଳେ ଆଠଗଡ ରାଜା ଶ୍ରୀ ଜଗନ୍ନାଥ ହରିଚନ୍ଦନ ଦୁଇ ମାସ ମଧ୍ୟରେ ମାରଦା ମନ୍ଦିର ଜଙ୍ଗଲ ମଧ୍ୟରେ ନିର୍ମାଣ କରି ତିନି ଠାକୁରଙ୍କୁ ୧୭୩୩ ମସିହା ଡିସେମ୍ବର ୨୯ ତାରିଖ ଦିନ ମାରଦା ମନ୍ଦିରରେ ଗୁପ୍ତରେ ରହିଥିଲେ। ସେହିପରି ପୁରୀ ଗଜପତି ମହାରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବ ଓ ରାଜା ପରିବାରଙ୍କୁ ପାଣ୍ଡିରୀପଡା ଠାରେ ଭୂଗର୍ଭରେ ଥିବା ଗୁପ୍ତ ଗଡରେ ଆଶ୍ରୟ ଦେଇ ନିରାପଦରେ ରଖିବା ଦ୍ୱରା ଶତୃମାନେ ଏହାର ସନ୍ଧାନ ପାଇବାରେ ବିଫଳ ହୋଇଥିଲେ। ତିନି ଠାକୁରଙ୍କ ସହ ପୁରୀ ଗଜପତି ମହାରାଜାଙ୍କୁ ଆଠଗଡ଼ ରାଜା ଶରଣ ଦେଇଥିବା ଯୋଗୁଁ ମାରଦା ମନ୍ଦିର ଶରଣ ଶ୍ରୀକ୍ଷେତ୍ର ନାମରେ ନାମିତ ହୋଇଛି। ୧୭୩୬ ଏପ୍ରିଲ ୨୮ ତାରିଖ ପଯ୍ୟନ୍ତ ୨୯ ମାସ ତିନି ଠାକୁର ମାରଦା ମନ୍ଦିରରେ ରହିବା ପରେ ପୁଣି ଶ୍ରୀମନ୍ଦିରକୁ ଫେରିଥିଲେ। ବର୍ତ୍ତମାନ ମାରଦା ମନ୍ଦିରରେ କୌଣସି ବିଗ୍ରହ ନଥିବା ବେଳେ ମନ୍ଦିର ଗର୍ଭରେ ଯେଉଁ ତିନିଟି ଚକା ବଇଠି ଉପରେ ତିନି ଠାକୁର ସିଂହାସନ ରୂଢ଼ ଥିଲେ ତାହା ପୂଜା ପାଉଛନ୍ତି। ଯେଉଁ ଡିସେମ୍ବର ୨୯ ତାରିଖ ଦିନ ମାରଦା ମନ୍ଦିର ପ୍ରତିଷ୍ଠା ହୋଇଥିଲା ସେହି ଦିନକୁ ସ୍ମରଣ ରଖିବା ପାଇଁ ମାରଦା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପରାମର୍ଶ କ୍ରମେ ପ୍ରଥମ ଥର ପାଇଁ ମାରଦା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ମାରଦା ମହୋତ୍ସବ କାର୍ଯ୍ୟକ୍ରମରେ ଅତିଥିଭାବେ ପୋଲସରା ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ପୋଲସରା ପୋଲିସ ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଯୋଗଦେଇଥିଲେ। ନିରାଡ଼ମ୍ବର ଭାବେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ ୧୦୮ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଅନ୍ନପ୍ରାସାଦ ପୂଜାହୋଇଥିଲା। ମନ୍ଦିର ପରିଚାଳନା କମିଟି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ