ପର୍ଯ୍ୟୟ ପ୍ରାକ ସୂଚନା ବିତରଣ ସମ୍ପର୍କିତ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା) :ସମ୍ଭାବ୍ୟ ବାତ୍ୟା ଓ ସୁନାମିକୁ ଦୃଷ୍ଟିରେ ରଖି ବିଭିନ୍ନ ବିପର୍ଯ୍ୟୟ ସମୟରେ ପ୍ରାକ ସୂଚନା ବିତରଣ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଜିଲାସ୍ତରୀୟ ଏକ ଦିବସୀୟ ସଚେତନତା କର୍ମଶାଳା ସ୍ଥାନୀୟ ଓସୱାନ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବଙ୍କ ପ୍ରତ୍ୟକ୍ଷ ତତ୍ତା୍ୱବଧାନରେ ଆୟୋଜିତ ଏହି କର୍ମଶାଳାରେ ବାଲେଶ୍ୱର ଓ ଭଦ୍ରକ ଜିଲାର ଜରୁରୀକାଳୀନ କକ୍ଷ ବେତାର ଯନ୍ତ୍ରୀ ସତ୍ୟବ୍ରତ ସାହୁ ଓ ଶୀତଳ ପ୍ରସାଦ ସାମଲ ଯୋଗ ଦେଇ ବିପର୍ଯ୍ୟୟ ପୂର୍ବରୁ ପ୍ରାକ ସୂଚନା ବିତରଣ ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ ସହ ବିସ୍ତୃତ ଆଲୋଚନା କରିଥିଲେ । କର୍ମଶାଳାରେ ଉପସ୍ଥିତ ଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ଓ ବାଲେଶ୍ୱର ସଦର ବ୍ଲକ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ପ୍ରାକ ବିପଦ ସୂଚନା ବିତରଣ କେନ୍ଦ୍ରର ସମ୍ପାଦକମାନଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରାକ ବିପଦ ସୂଚନା ବିତରଣ କେନ୍ଦ୍ରରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ ଯଥା ଡିଏମଆର ରେଡିଓ, ସଂକେତ ଧ୍ୱନି ଯନ୍ତ୍ର, ସଂଚାର ମାଧ୍ୟମ, ବିଭିନ୍ନ ବିକଳ୍ପ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୂୟାଁ ଓ ୟୁନିସେଫ ଜିଲା ସଂଯୋଜକ ପ୍ରଦୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ