ପଲିଥିନ୍ ଯୋଗୁଁ ବଢ଼ିଚାଲିଛି ପ୍ରଦୂଷଣ

ପାରାଦୀପ, (ଯୁଗାଦ୍ଦ ନ୍ୟୁଜ) : ପାରାଦୀପ ବନ୍ଦରନଗର ଅଂଚଳରେ ପଲିଥିନ୍ ବହୁଳଭାବେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଏହାଦ୍ୱାରା ପରିବେଶ ପ୍ରଦୂଷଣ ବଢ଼ିଚାଲିଥିବା ଦେଖିବାକୁ ମିଳୁଛି । ତେଜରାତି ଦୋକାନଠାରୁ ଆରମ୍ଭ କରି ମାଛ, ମାଂସ, ଅଣ୍ଡା, ମିଠା, ପନିପରିବା, ଔଷଧ ଦୋକାନରେ ମଧ୍ୟ ବିଭିନ୍ନ ଦ୍ରବ୍ୟ ଦେବାପାଇଁ ଦୋକାନୀମାନେ ପଲିଥିନ୍ ବ୍ୟବହାର କରୁଛନ୍ତି । ଏହି ପଲିଥିନ୍ର ବ୍ୟବହାର ଯୋଗୁଁ ଆଉକେହି ବ୍ୟାଗ୍ ଧରିବାକୁ ପସନ୍ଦ କରୁନାହାଁନ୍ତି । ଏତଦ୍ବ୍ୟତୀତ ପ୍ରଦୂଷଣର ମୂଖ୍ୟ କାରଣ ପଲିଥିନ୍ର ବହୁଳ ବ୍ୟବହାର ଯୋଗୁଁ ଆଉ କେହି କାଗଜ ଠୁଙ୍ଗା ତିଆରି କରୁନାହାନ୍ତି, କେହି ବ୍ୟବହାର କରୁଥିବା ଦେଖିବାକୁ ମିଳୁନି । ଦୋକାନୀମାନେ ପଲିଥିନ୍ର ବ୍ୟବହାର ପୂର୍ବରୁ ଠୁଙ୍ଗାରେ ଗ୍ରାହକମାନଙ୍କୁ ବିଭିନ୍ନ ଦ୍ରବ୍ୟ ଦେଉଥିଲେ । ଏଣୁ ଠୁଙ୍ଗା ତିଆରି କରି ଜୀବିକା ବଂଚାଉଥିବା ଲୋକମାନଙ୍କ ଗୁଜୁରାଣ କଷ୍ଟେମଷ୍ଟେ ଚଳିଯାଉଥିଲା । ରାଜ୍ୟ ସରକାର ଅକ୍ଟୋବର ୨ ତାରିଖ ୨୦୧୮ ମସିହାରୁ ପଲିଥିନ୍ ବ୍ୟାନ୍ କରିବାକୁ ଘୋଷଣା କରିଥିଲେ ହେଁ ତାହା ଏଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ । ଲୋକଙ୍କୁ ଏ ଦିଗରେ କିଛି ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ପ୍ରଭୃତି ପଲିଥିନ୍କୁ ବ୍ୟାନ୍ କରିବାକୁ ସଚେତନତା ଭିତିକ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ ପଲିଥିନ୍ର ବ୍ୟବହାର କମିବା ପରିବର୍ତେ ବଢ଼ୁଥିବା ଦେଖିବାକୁ ମିଳୁଛି । ତୁରନ୍ତ ରାଜ୍ୟ ସରକାର ଓ ଜିଲ୍ଲାପାଳ ସମଗ୍ର ଜିଲ୍ଲାରେ ପଲିଥିନ୍ ବ୍ୟାନ୍ କଡାକଡି କରିବାକୁ ଦାବୀ ହେଉଛି । ଏହା ହେଲେ ପରିବେଶ ସୁରକ୍ଷିତ ରହିବା ସଂଗେ ସଂଗେ ବିଭିନ୍ନ ସ୍ଥାନରେ ପଲିଥିନ୍ ପଡି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ପରିବେଶରୁ ମୁକ୍ତି ମିଳିବ ବୋଲି ସମାଜସେବୀ ନିତ୍ୟାନନ୍ଦ ସ୍ୱାଇଁ, ଅଧ୍ୟାପକ ହିରଣ୍ୟ କୁମାର ସ୍ୱାଇଁ, ନବକୁମାର ସାହୁ, ସନ୍ତୋଷ ବିଶ୍ୱାଳ, ଲୋକନାଥ ଚୌଧୁରୀ ପ୍ରମୁଖ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ