ପଲ୍ଲିଶ୍ରୀ ମେଳାରେ ବଢୁଛି ଭିଡ : ରହୁନି କରୋନା କଟକଣା

ପାରାଦୀପ, (ପୀତବାସ ପ୍ରଧାନ) :ପାରାଦୀପ ସାଗର ବେଳାଭୂମି ବିଜୁ ମଇଦାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଲ୍ଲିଶ୍ରୀ ମେଳା ଆୟୋଜିତ ହୋଇଥିଲା । ଶୁକ୍ରବାର ପର୍ଯ୍ୟନ୍ତ ଏହି ମେଳା ଚାଲିବ । ପ୍ରଶାସନ ପକ୍ଷରୁ ଏ ଭଳି ମେଳାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ହେଲେ ବିଡମ୍ବନାର ବିଷୟ ଏହି କି ଯେ, ସମଗ୍ର ବିଶ୍ୱରେ କରୋନାର ତୃତୀୟ ଲହର ଜାରୀ ରହିଥିବା ବେଳେ ଲୋକାରଣ୍ୟ ହୋଇ ଉଠିଛି ପାରାଦୀପ ସମୁଦ୍ର ବେଳାଭୂମି । ଲୋକମାନେ ଆଦର୍ଶ କରୋନା କଟକଣାକୁ ଭୂଲିଯାଇ ଏପରି ଭିଡ ଜମାଉଛନ୍ତି ଯେ, ଯେ କେହି ବି ଭାବିବ ପାରାଦୀପ ବୋଧେ କରୋନା ମୁକ୍ତ ଅଂଚଳ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବାକୁ କୌଣସି କଟକଣା ଏଠି ଦେଖିବାକୁ ମିଳୁନି । ପ୍ରଶାସନ କି ପ୍ରଶାସନିକ ଅଧିକାରୀ କେହି ବି ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି । ଯାହାକି କରୋନା ସଂକ୍ରମଣ ବଢାଇବାର ସମ୍ଭାବନ୍ ସୃଷ୍ଟି ପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ