ପଲ୍ଲୀରେ ପ୍ରଶାସନ” ବୋରିଗୁମ୍ମା ବ୍ଲକ୍ରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣୀ

କୋରାପୁଟ,(ହେମନ୍ତ କୁମାର ପାଣିଗ୍ରାହୀ):କୋରାପୁଟ ଜିଲ୍ଲା ର ବୋରିଗୁମ୍ମା ବ୍ଳକ କାର୍ଯ୍ୟାଳୟ ସଭା ଗୃହ ମଧ୍ୟରେ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା।ବ୍ଳକ ବିଡ଼ିଓ ସନ୍ଧ୍ୟା ସମରଥ ଙ୍କ ସଭାପତିତ୍ୱ ରେ ଆୟୋଜିତ ମିଳିତ ଅଭିଯୋଗ ଜନ ଶୁଣାଣୀ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସପି ରାକେଶ ବର୍ମା, ଜୟପୁର ଉପ ଜିଲ୍ଲାପାଳ ସୁଶ୍ରୀ ଆକ୍ୱା ଭରମ୍ ଶସ୍ୟ ରେଡ୍ଡୀ ଯୋଗ ଦେଇଥିଲେ।ଜିଲ୍ଲାପାଳ ମୋଟ ୪୦ ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।ସେଥି ମଧ୍ୟରୁ ୧୩ ଟି ଅଭିଯୋଗ ବ୍ୟକ୍ତିଗତ ହୋଇଥିବା ବେଳେ ୨୭ ଟି ସାମୁହିକ ଅଭିଯୋଗ ରହିଥିଲା।କୁମୁଲି ଗ୍ରାମର ପ୍ରତାପ ହୋତା ବ୍ଳକ ର ପୂର୍ବତନ କନିଷ୍ଠ ଯନ୍ତ୍ରୀ ତୃପ୍ତି ଦାସ ନାଁ ରେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ। ହୋତା ହରଦଳି ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ତରଫରୁ ଏକ ଗୃହ ନିର୍ମାଣ କରିଥିଲେ।ଗୃହ ନିର୍ମାଣ ହେବାର ତିନି ବର୍ଷ ପରେ ବି ତାଙ୍କୁ କନିଷ୍ଠ ଯନ୍ତ୍ରୀ ତୃପ୍ତି ଦାସ ଟଙ୍କା ଦେଇ ନଥିବା ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି।ଏଥିସହ କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ଦାସ ଭେଣ୍ଡର ଠାରୁ ତାଙ୍କ ଗୃହ ନିର୍ମାଣ ଅର୍ଥ ପ୍ରାୟ ୧୪ ଲକ୍ଷ ଟଙ୍କା ଉଠାଇ ଛୁ ମାରିଥିବା କହିଛନ୍ତି।ଜିଲ୍ଲାପାଳ ଏହି ଅଭିଯୋଗ ର ଶୁଣାଣୀ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।ସେହିଭଳି ତେଲେଙ୍ଗିରି ଡ୍ୟାମ ରୁ ପାଣି ଲିକ ଯୋଗୁଁ କିଛି ଦିନ ମଧ୍ୟରେ ଜଳ ଭଣ୍ଡାର ଖାଲି ହୋଇଯିବ।ପୋଡାପଦର ଗ୍ରାମର ଚାଷୀ ଚିତ୍ରସେନ ମିଶ୍ର ଙ୍କ ନେତୃତ୍ୱରେ କିଛି ଚାଷୀ ଆସି ଜିଲ୍ଲାପାଳ ଙ୍କୁ ପଦକ୍ଷେପ ନେବାକୁ କହିଥିଲେ।ଏଥିସହ ପୂର୍ବ ସରକାର ସମୟରେ ବୋରିଗୁମ୍ମା ବ୍ଳକ ର ପ୍ରାୟ ୧୫୦ ଗୋଟି ମନ୍ଦିର, ମସଜିଦ ଓ ଚର୍ଚ୍ଚ ନିମନ୍ତେ ଉନ୍ନତି କରଣ ପାଇଁ ଅନୁଦାନ ପ୍ରଦାନ କରିଥିଲେ।କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ଧର୍ମାନୁଷ୍ଠାନ ର ଉନ୍ନତି କରଣ ହୋଇନାହିଁ ବୋଲି ଚିତ୍ରସେନ ମିଶ୍ର ଅଭିଯୋଗ କରିଥିଲେ।ପରେ ଜିଲ୍ଲାପାଳ ୧୬ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ୫୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବା ସହ ଦିବ୍ୟାଙ୍ଗ ଙ୍କୁ ହୁଇଲ ଚେୟାର ତିନୋଟି ଓ ଗୋଟିଏ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ।ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଜନ ଶୁଣାଣୀ ଶିବିରରେ ରାସ୍ତା ଓ ଗୃହ ନିର୍ମାଣ ବିଭଗର ଅଧିକ୍ଷଣ ଯନ୍ତ୍ରୀ ଖିରଧର କନ୍ଧପନ୍, ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଯୁଗଳ କିଶୋର ଟାକ୍ରି , ବିଦୂତ୍ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରକାନ୍ତ ମହାନ୍ତି, ଆଇ ଟି ଡୀ ଏ ର କନିଷ୍ଠ ଯନ୍ତ୍ରୀ ଚୈତନ୍ୟ ବାସ୍କେ ସମସ୍ତ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ସମେତ ବ୍ଳକ ସ୍ତରୀୟ ଅଧିକାରୀ ତଥା ଏବିଡ଼ିଓ ମାଧୁରୀ ଆଚାରୀ,ଏଇଇ ପ୍ରକାଶ ପ୍ରଧାନ, ଏଇ ସତ୍ୟନାରାୟଣ ସେଠୀ,ବିଇଓ ସଚିନ କୁମାର ମଲ୍ଲିକ, ସିଡିପିଓ ଗାୟତ୍ରୀ ବାହିନୀପତି ସହ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ