ପଲ୍ଲୀ ଉନ୍ନୟନ ସେବା ସମିତିରେ ଶିକ୍ଷକ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ନହରକଣ୍ଟାସ୍ଥିତ ପଲ୍ଲୀ ଉନ୍ନୟନ ସେବା ସମିତି ଦ୍ୱାରା ପରି•ଳିତ ତଥା ଟେକ୍ ମହିନ୍ଦ୍ରା ସହଯୋଗରେ ଉନ୍ନିତ ଅ।।ରାଇଜ ରମାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ‘ଜୟଫୁଲ୍ ଟିଚିଙ୍ଗ୍ ମେଥଡ୍’ ବିଷୟରେ ଗତ ଦୁଇଦିନ ଧରି ଆୟୋଜିତ ଏକ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁଷ୍ଠାନର ସମ୍ପାଦିକା ସ୍ୱାତୀ ସୁଚିସ୍ମିତା ପାତ୍ର ଶିବିରର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ରାଜଧାନୀ ଟ୍ରେନିଂ କଲେଜର ବରିଷ୍ଠ ପ୍ରଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ଓ ଜଗତସିଂହପୁର ଡ଼ି.ଆଇ.ଇ.ଟି.ର ପ୍ରଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ଲେଙ୍କା ସମସ୍ତ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ପୌରାଣିକ ଯୁଗରୁ ଆରମ୍ଭ କରି ଅଧୁନା ସମାଜର ଗୁରୁ ପରମ୍ପରା ଉପରେ ଆଲୋକପାତ କରି ବିଦ୍ୟାଳୟ କିପରି ଉନ୍ନତମାନର ଶିକ୍ଷା ଶୈଳୀ ମାଧ୍ୟମରେ ଶିକ୍ଷାଦାନ ଦିଆଯାଇପାରିବ ସେ ସମ୍ବନ୍ଧରେ ପ୍ରଶିକ୍ଷକମାନେ ଗୁରୁତ୍ୱ ପ୍ରଦାନ କରିଥିଲେ । ଶିକ୍ଷା ଗ୍ରହଣନିମତ୍ତି ଛାତ୍ରଛାତ୍ରୀମାନେ ଆକୃଷ୍ଟ ହେବା ପାଇଁ ବିଭିନ୍ନ ଶୈଳୀ ଓ ପ୍ରଣାଳୀ ବିଷୟରେ ମଧ୍ୟ ପ୍ରଶିକ୍ଷକବୃନ୍ଦ ପ୍ରଶିକ୍ଷଣ ଦେଇଥିଲେ । ଶେଷରେ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ଅୟସକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ