ପଲ୍ଲୀ ବିକାଶ ସ୍ବେଛାସେବୀ ସଂଗଠନ ତରଫରୁ ସ୍ନେହ ମିଳନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପୋଡିଙ୍ଗି ସ୍ଥିତ ପଲ୍ଲୀ ବିକାଶ ତରଫରୁ ଗୁରୁବାର ଠାରୁ ୩ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ସ୍ନେହ ମିଳନ ଓ ମୋ ଗାଁ ମୋ ତୀର୍ଥ କାର୍ଯ୍ୟକ୍ରମ ଶନିବାର  ଉଦଯାପିତ ହୋଇଯାଇଛି। ଏହି ଅବସରରେ ସଂଗଠନର ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ପ୍ରତ୍ୟେକ ଗ୍ରାମର ଉନ୍ନତି କଳ୍ପେ କାର୍ଯ୍ୟ କରି ଆସିଥିବା ଓ ବର୍ତ୍ତମାନ ରାଜ୍ୟ ବାହାରେ ଥିବା ପ୍ରାୟ ୭୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ପ୍ରଥମ ଦିବସରେ ପରିଚୟ ବର୍ଗ ହୋଇଥିଲା । ଦ୍ଵିତୀୟ ଦିବସରେ ଗ୍ରାମ ପରିକ୍ରମା କରି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ସନ୍ଧ୍ୟା ସମୟରେ କୃଷକ ସମ୍ମିଳନୀ ଓ ମାତୃ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ. ଭଗବାନ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅମିତା ମିଶ୍ର, ଡ  ସନ୍ତୋଷ କୁମାର ଦାସ ଯୋଗଦେଇ ଥିଲେ । ତୃତୀୟ ଦିବସରେ ମହେନ୍ଦ୍ରଗିରି ଲକ୍ଷ୍ମୀ ବାବା ସହିତ ପ୍ରଭାତ ଫେରି କାର୍ଯ୍ୟକ୍ରମ ହୋଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଏକ  ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡ ଭଗବାନ ତ୍ରିପାଠୀ ମୁଖ୍ୟ ଅତିଥି, ଡ ଅରବିନ୍ଦ ପଣ୍ଡା  ଓ  ଡ ରଶ୍ମି ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଆୟୋଜିତ ଶିବିରରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ପରବର୍ତ୍ତୀ ସମୟରେ ସଂଗଠନ କାର୍ଯ୍ୟରେ ସହଯୋଗ କରିଥିବା ୬୦ରୁ ଉର୍ଦ୍ଧ୍ବ ସ୍ବେଛାସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଉପଦେଷ୍ଟା କିରଣ କୁମାର ପଢି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ  ସୀତାରାମ ପାଢି ଅତିଥି ପରିଚୟ ପ୍ରଦାନ କରିଥିଲେ।  ପ୍ରତାପ କୁମାର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମ୍ପାଦକ ସଞ୍ଜୟ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ। ଚିନ୍ତାମଣି ବେହେରା, ଆଲୋକ କୁମାର ନାୟକ, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଜୟଚନ୍ଦ୍ର ପାଢ଼ୀ, ହରିବନ୍ଧୁ ନାୟକ,  ଜନର୍ଦ୍ଧନ ପାଢ଼ୀ, ଆଶିଷ କୁମାର ପଣ୍ଡା, ଦୀପକ ବେହେରା, କାହ୍ନୁ ବେହେରା, ସୂର୍ଯ୍ୟକାନ୍ତ ବେହେରା, ବିଚିତ୍ର ପଣ୍ଡା, ବିରଞ୍ଚି ପ୍ରସାଦ ଗୌଡ଼, ସିଦ୍ଧାର୍ଥ ଗୌଡ଼, ଗଣେଶ ନାୟକ, ସିମାଞ୍ଚଳ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ