ପଳାତକ ଘୋଷିତ ଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ଘୋଷଣା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ବୃନ୍ଦାବନ ପଲ୍ଲୀ ଗ୍ରାମର ପ୍ରଦୀପ ମାଝୀ ଏକ ଅପହରଣ , ଆକ୍ରମଣ ଓ ଧମକ ମାମଲା ରେ ଅଭିଯୁକ୍ତ ଥାଇ କୋର୍ଟ ରେ ହାଜର ହେଉନଥିବା ଅଭିଯୋଗରେ ଦିଗପହଣ୍ଡି କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବା ସହ ତାଙ୍କୁ ପଳାତକ ଘୋଷଣା କରାଯାଇଛି।ମଙ୍ଗଳବାର ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଅଭିଯୁକ୍ତ ଙ୍କ ଘର ନିକଟକୁ ଯାଇ ତାଙ୍କ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଙ୍କ ଉପସ୍ଥିତିରେ ଆସନ୍ତା ୧ ମାସ ଅବଧି ମଧ୍ୟରେ ତାଙ୍କୁ ସମ୍ପୃକ୍ତ କୋର୍ଟ ରେ ହାଜର ହେବା ଲାଗି ଡ଼ାକବାଜି ଯନ୍ତ୍ର ସାହାଯ୍ୟ ରେ ତାଗିଦ୍ କରାଯାଇଛି।ଅଭିଯୁକ୍ତ ପ୍ରଦୀପ କେ.ନୂଆଗାଁ ଥାନା ମାମଲା ନଂ.୬୦/୧୬ (ଦିଗପହଣ୍ଡି କୋର୍ଟ ଜି.ଆର କେସ ନଂ.୯୦/୧୬) ଅନୁଯାୟୀ କୋର୍ଟ ରେ ହାଜର ନହେଲେ ସିଆରପିସି ର ଧାରା – ୮୨ ଅନୁଯାୟୀ ତାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କୁ ବାଜ୍ୟାପ୍ତିି କରାଯିବ ବୋଲି କୋର୍ଟ ଙ୍କ ନିର୍ଦ୍ଦେଶ ରହିଥିବା ଆଇ ଆଇ ସି ସୂଚନା ଦେଇଛନ୍ତି।


