ପଶ୍ଚିମବଙ୍ଗରେ ୬୦୦ରୁ ଅଧିକ ନର୍ସ ଚାକିରି ଛାଡିଲେ

କୋଲକାତା: କରୋନା ମୁକାବିଲାରେ ଅବ୍ୟବସ୍ଥା ନେଇ ପୂର୍ବରୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ତାଗିଦ୍ କରିଥିଲେ । ଏବେ ପଶ୍ଚିମବଙ୍ଗ ସରକାର ଦ୍ୱାରା କରୋନା ସଙ୍କଟ ମୁକାବିଲା ପାଇଁ ଆଗ ଧାଡିରେ ଛିଡା ହୋଇଥିବା ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ନକରାଇବା କାରଣରୁ ୬୦୦ରୁ ଅଧିକ ନର୍ସ ଚାକିରି ଛାଡି ଦେଇଛନ୍ତି । ଏଥିରେ ରାଜ୍ୟ ସାରା ଥିବା ହସ୍ପିଟାଲର ସ୍ୱାସ୍ଥ୍ୟ ଅବସ୍ଥା ଭୁଶୁଡି ପଡିଛି । ନା କେବଳ ଘରୋଇ ବରଂ ସରକାରୀ ହସ୍ପିଟାଲର ନର୍ସମାନେ ମଧ୍ୟ ଚାକିରିରୁ ଇସ୍ତଫା ଦେଇ ନିଜ ରାଜ୍ୟକୁ ଫେରି ଯିବାକୁ ଚାହୁଁଛନ୍ତି । ଅଧିକାଂଶ ନର୍ସ ମଣିପୁର ଓ ଅନ୍ୟ ପୂର୍ବୋତର ରାଜ୍ୟର ବାସିନ୍ଦ ।ଗତ ସପ୍ତାହରୁ ନର୍ସଙ୍କ ଚାକିରି ଛାଡିବା ପର୍ବ ଆରମ୍ଭ ହୋଇ ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂତ୍ର ଅନୁଯାୟୀ ୬୦୦ରୁ ଅଧିକ ନର୍ସ ଚାକିରି ଛାଡି ଦେଇଛନ୍ତି ଏବଂ ପଶ୍ଚିମବଙ୍ଗରୁ ନିଜ ରାଜ୍ୟକୁ ଫେରି ଯାଇଛନ୍ତି । ସମ୍ବନ୍ଧିତ ହସ୍ପିଟାଲର କର୍ତୃପକ୍ଷଙ୍କୁ ଦିଆଯାଇଥିବା ଇସ୍ତଫା ପତ୍ରରେ ନର୍ସମାନେ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ନକରାଇବା କାରଣରୁ ସେମାନେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ମାମଲା ବିଷୟରେ ପଚାରି ବୁଝି ନର୍ସଙ୍କ ପଳାୟନ ରୋକିବା ଲାଗି ବିଚାର ବିମର୍ଶ କରୁଛନ୍ତି । ଯେଉଁ ରାଜ୍ୟର ନର୍ସ ଏଙ୍ଖାରେ ଚାକିରି କରୁଛନ୍ତି, ସେଠାକାର ସମ୍ବନ୍ଧିତ ଅଧିକାରୀଙ୍କ ସହ ଆଲୋଚନା କରାଯାଉଛି । ନର୍ସଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଉପଲବ୍ଧ କରାଇବା ଆଶ୍ୱାସନା ଦେଇ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜୋରଦାର କରାଯାଇଛି । ଅଭିଯୋଗ ହୋଇଛି ଯେ, ପଶ୍ଚିମବଙ୍ଗ ସରକାର ବାରମ୍ବାର ଦାବି ପରେ ମଧ୍ୟ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ପର୍ଯ୍ୟାପ୍ତ ପ୍ରୋଟେକ୍ଟିଭ୍ ସୁଟ୍‌, ମାସ୍କ, ଗ୍ଲୋଭ୍‌ସ, ହ୍ୟାଣ୍ଡ ସାନିଟାଇଜର ଆଦି ଉପଲବ୍ଧ କରାଉ ନାହାନ୍ତି । ଫଳରେ ଭୟର ମାହୋଲ ରହି ରହି ସ୍ୱାସ୍ଥ୍ୟକର୍ମୀ ଚାକିରି ଛାଡିବାକୁ ବାଧ୍ୟ ହୋଇଛନ୍ତି । ଅନେକ ଲ୍ୟାବ୍ ଟେକ୍ନିସିୟାନ ମଧ୍ୟ ଚାକିରି ଛାଡୁଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟିଏ ଦିନ ପୂର୍ବେ ଏହି ମାମଲା ଉଲ୍ଲେଖ କରି କହିଥିଲେ ଯେ, ଯେଉଁ ନର୍ସ ଅଥବା ସ୍ୱାସ୍ଥ୍ୟକର୍ମୀ ଅବସର ନେଇ ସାରିଛନ୍ତି, ସେମାନଙ୍କୁ ମଧ୍ୟ କାମରେ ରଖିବା ବିଷୟରେ ବିଚାର କରାଯାଉଛି । ରାଜ୍ୟ ବିଜେପି ଏହି ମାମଲାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଉପଦେଶ ଦେଇକ୍ତି ଯେ, ତୁରନ୍ତ ନର୍ସଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରାଯାଉ । ଏହା ବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି । ଫଳରେ ନର୍ସଙ୍କୁ ପର୍ଯ୍ୟାପ୍ତ ଚିକିତ୍ସକୀୟ ସୁବିଧା ଉପଲବ୍ଧ କରାଯାଇ ପାରିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂତ୍ର ଅନୁ୍‌ଯାୟୀ ନର୍ସ ଚାକିରି ଛାଡି ଦେବା ପରେ ଅଧିକାଂଶ ହସ୍ପିଟାଲର ସ୍ୱାସ୍ଥ୍ୟ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ଅସମୟରେ ଏହି ପରି ନର୍ସଙ୍କ ଚାକିରି ଛାଡି ଦେବା କାରଣରୁ କରୋନା ସଙ୍କଟ ସମୟରେ ଲୋକେ ମୁସ୍କିଲରେ ପଡି ପାରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ