କରୋନା ସଙ୍କଟ ସମୟରେ ସୁରକ୍ଷିତ ପେମେଣ୍ଟର ମାଧ୍ୟମ ପାଲଟିଛି ୟୁପିଆଇ
ଭୁବନେଶ୍ୱର: କରୋନା ସଙ୍କଟ ସମୟରେ ଲୋକମାନଙ୍କୁ ସୁରକ୍ଷିତ ଭାବେ ପେମେଂଟ୍ କରିବାର ସୁବିଧା ପ୍ରଦାନ କରୁଛି ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ ଇଣ୍ଡିଆ (ଏନପିସିଆଇ)ର ୟୁନାଇଟେଡ୍ ପେମେଂଟ ଇଟଂରଫେସ୍ (ୟୁପିଆଇ) । ୟୁପିଆଇ ଜରିଆରେ ଲୋକମାନେ ଟଙ୍କା ନେଣଦେଣ କରିବା ଠାରୁ ଆରମ୍ଭ କରି ଅନଲାଇନ୍ରେ ସପିଙ୍ଗ କରିବା ଏବଂ ବିଭିନ୍ନ ପ୍ରକାର ବିଲ୍ ପେମେଂଟ୍ କରିବା କାର୍ଯ୍ୟ କରିପାରିବେ । ଏହା ସହିତ ସେମାନେ ସହଜରେ ସୁରକ୍ଷିତ ଭାବେ ଅନ୍ୟମାନଙ୍କୁ ତୁରନ୍ତ ଟଙ୍କା ପଠାଇପାରିବେ ଏବଂ ହାସଲ ମଧ୍ୟ କରିପାରିବେ । ୟୁପିଆଇ ବ୍ୟବହାର କରିବାକୁ ହେଲେ ବ୍ୟାଙ୍କ ଆକାଉଂଟ୍ ଥିବା ନିହାତି ଦରକାର । ଦେଶର ପ୍ରାୟ ସବୁ ବ୍ୟାଙ୍କ ୟୁପିଆଇ ପେମେଂଟ୍ ବ୍ୟବସ୍ଥାରେ ସାମିଲ ହୋଇଛନ୍ତି । ଯଦି ଆପଣଙ୍କ ବ୍ୟାଙ୍କ ୟୁପିଆଇ ପେମେଣ୍ଟକୁ ସମର୍ଥନ କରୁଛି ତେବେ ତୁରନ୍ତ ନିଜ ସ୍ମାର୍ଟଫୋନ୍ରେ ଭିମ୍ ଭଳି ୟୁପିଆଇ ଆପ୍ ଡାଉନ୍ଲୋଡ୍ କରନ୍ତୁ । ଏହା ପରେ ନିଜର ଫୋନ୍ ନମ୍ବର ଏବଂ ବ୍ୟାଙ୍କ ଆକାଉଂଟ୍ ନମ୍ବରକୁ ଯୋଡ଼ି ପଂଜୀକରଣ କରନ୍ତୁ । ଅନେକ ପ୍ରକାର ୟୁପିଆଇ ଆପ୍ ଡାଉନ୍ଲୋଡ୍ ପାଇଁ ଉପଲବ୍ଧ ହେଉଛି । ନିଜ ସୁବିଧା ଅନୁସାରେ ତାହକୁ ଡାଉନ୍ଲୋଡ୍ କରନ୍ତୁ । ୟୁପିଆଇ ଆପ୍ରେ ନିଜ ପିନ୍ ସୃଷ୍ଟି କରନ୍ତୁ । ୟୁପିଆଇ ଆଇଡି ଓ ସ୍କାନ୍ କ୍ୟୁଆର୍ କୋଡ୍କୁ ବ୍ୟବହାର କରି ଆପଣ ପେମେଂଟ୍ କରିପାରିବେ । ୟୁପିଆଇ ଆପ୍କୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମର୍ଚାଂଟ ବା ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରିପାରିବେ । ୟୂୁପିଆଇ ଆପ୍ ଜରିଆରେ ଟଙ୍କା ପଠାଇହେବ, ବିଦ୍ୟୁତ, ଫୋନ୍ ଓ ଇଟଂରନେଟ୍ ଇତ୍ୟାଦି ବିଲ୍ ପଇଠ କରିହେବ । ନୂଆ ବୀମା ପଲିସି କିଣିହେବ । ରିଲିଫ୍ ପାଣ୍ଠିକୁ ଦାନ କରିହେବ । ମୋବାଇଲ, ଡିଟିଏଚ୍ ଓ ମେଟ୍ରୋ କାର୍ଡ ରିଚାର୍ଜ କରିହେବ । ସିନେମା, ବସ, ଟ୍ରେନ୍ ଓ ଫ୍ଲାଇଟ୍ ଟିକଟ ମଧ୍ୟ ବୁକିଙ୍ଗ୍ କରିହେବ । ଗ୍ରାହକମାନେ ୟୁପିଆଇକୁ ବ୍ୟବହାର କରି ହୋଟେଲ, ରେସ୍ତୋରାଁ, ମେଡିକାଲ୍ ଷ୍ଟୋର୍, କିରାନା ଷ୍ଟୋର୍ ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଷ୍ଟୋର୍ରେ ପେମେଂଟ୍ କରିପାରିବେ । ଅନଲାଇନ୍ରେ ସପିଙ୍ଗ୍ କରିପାରିବେ ଏବଂ ଆଇପିଓ ପାଇଁ ମଧ୍ୟ ଆବେଦନ କରିପାରିବେ । ୟୁପିଆଇ ଆପ୍କୁ ୨୪ ଘଂଟା ଯେକୌଣସି ସମୟରେ ବ୍ୟବହାର କରିହେବ । ଦିନକୁ ସର୍ବାଧିକ ୧ ଲକ୍ଷ ଟଙ୍କାର ୟୁପିଆଇ କାରବାର କରିହେବ । ବିଭିନ୍ନ ବ୍ୟାଙ୍କ ଭିନ୍ନ ଭିନ୍ନ ପ୍ରକାର ସୀମା ଧାର୍ଯ୍ୟ କରିଛନ୍ତି । ଆପଣଙ୍କ ବ୍ୟାଙ୍କର ସୀମା ଯାହା ରହିଥିବ ସେହି ଅନୁସାରେ ଆପଣ ପେମେଂଟ୍ କରିପାରିବେ । ଟଙ୍କା ନେଣଦେଣ କରିବା ଲାଗି ୟୁପିଆଇ ଆଇଡିକୁ ବ୍ୟବହାର କରିବାକୁ ପଡ଼େ । ନିଜ ମୋବାଇଲ୍ ନମ୍ବର ପରେ ଆଟ୍ ଦି ରେଟ୍ ଟାଇପ୍ କରି ବ୍ୟାଙ୍କର ନାମ ଲେଖିଲେ ତାହା ୟୁପିଆଇ ଆଇଡିରେ ପରିଣତ ହୋଇଯିବ । ୟୁପିଆଇ ଆଇଡି ବ୍ୟତୀତ ଆଇଏଫ୍ଏସସି କୋଡ୍, ବ୍ୟାଙ୍କ ଖାତା ନମ୍ବର, କ୍ୟୁଆର୍ କୋଡ୍ ସେୟାର, ସ୍କାନ୍ ଆଣ୍ଡ୍ ପେ ଓ ମର୍ଚାଂଟ୍ ଲିଙ୍କ୍ ଜରିଆରେ ପେମେଂଟ୍ କରିହେବ ।


