ପାଂଡିରି ଗ୍ରାମରେ ଚୋରି
ଚିକିଟି :- (ଯୁଗାବ୍ଦ ନ୍ୟୁଜ ) କେ .ନୂଆଗାଁ ଥାନା ଅନ୍ତର୍ଗତ ପାଣ୍ଡିରି ଗ୍ରାମ ରେ ଗତ କାଲି ବିଳମ୍ବିତ ରାତ୍ରିରେ ନାରାୟଣ ସାହୁ ଙ୍କ ଘରୁ ୫ ଭରି ସୁନା , ନଗଦ ୭୦୦୦୦ ଟଙ୍କା , ଗୋଟେ ମୋବାଇଲ ଫୋନ୍ ଚୋରି ହୋଇଛି । ଏନେଇ ଚିକିଟି ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ ପରେ ଏସ୍ ଡ଼ିପିଓ ସୁରେନ୍ଦ୍ର ନାଥ ମୁର୍ମୁ , ସବଇନିସ୍ପେକ୍ଟର ଜ୍ଞାନ ରଞ୍ଜନ ସେଠୀ , ଚିକିଟି ଫାଣ୍ଡି ଅଧିକାରୀ ବିଜୟ ଚନ୍ଦ୍ର ପ୍ରଧାନ ଘଟଣା ର ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛନ୍ତି