ପାଇକ ମହାସଂଘ ପାଳିଲା ଓଡ଼ିଆ ନବବର୍ଷ

ଭୁବନେଶ୍ୱର : ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । ରାଜ୍ୟ ସଭାପତି ଅଶୋକ ପାଲଟାସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପାଇକଗୁରୁ ମାନେ ଯୋଗଦାନ କରିଥିଲେ । ଓଡ଼ିଆର ସଂସ୍କୃତି ହେଉଛି ବାର ମାସରେ ତେର ପର୍ବର ସଂସ୍କୃତି । ଏହି ସଂସ୍କୃତି ଭିତରେ ଓଡ଼ିଆ ନବବର୍ଷ ଅନ୍ୟତମ ଓ ଏହା ପଣା ସଂକ୍ରାନ୍ତି ଭାବରେ ପରିଚିତ । ଏହି ଦିନ ଜୟ ମହାବୀର ବଜରଙ୍ଗବାଲିଙ୍କର ଜନ୍ମ । ହନୁମାନ ହେଉଛନ୍ତି ଶକ୍ତିର ପ୍ରତୀକ ଅନ୍ୟାୟ ବିରୋଧି । ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତି, ନିଜ ଦେଶ ମାତୃକାର ସେବା ପାଇଁ ନିଜକୁ ପ୍ରାଣବଳୀ ଦେଇଥାନ୍ତି । ତେଣୁ ଶକ୍ତିଶାଳୀ ବୀର ପାଇକମାନଙ୍କର ଗୁରୁ ହେଉଛନ୍ତି ପ୍ରଭୁ ବଜରଙ୍ଗବାଲି । ପାଇକମାନେ ହନୁମାନଙ୍କୁ ପୂଜା କରନ୍ତି ଶକ୍ତିଶାଳୀ ହେବା ପାଇଁ । ଏହିଦିନ ମଧ୍ୟ ବୀର ପାଇକମାନେ ତାଙ୍କ ଖଣ୍ଡା, ତଲବାରୀ, ଢାଲ ଓ ହାତ ହତିଆରକୁ ମହାବୀରଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥାନ୍ତି ଏବଂ ପାଇକ ଆଖଡ଼ା ପ୍ରଦର୍ଶନ କରିଥାନ୍ତି । ଆଜିର ଏହି ଅବସରରେ ଦୁଃଖ ଓ ପରିତାପର ବିଷୟ ରାଜ୍ୟ ଏବଂ କେନ୍ଦ୍ର ଉଭୟ ସରକାର ପାଇକମାନଙ୍କର ଉନ୍ନତି ଦିଗରେ କୌଣସି ପଦକ୍ଷେପ ନେଉନାହାଁନ୍ତି । ପାଇକ ଆଖଡ଼ା ଆଜି ବୁଡ଼ିଯିବାକୁ ବସିଲାଣି । ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ନିର୍ବାଚନରେ ପାଇକମାନଙ୍କୁ ସୁଯୋଗ ନଦେବା ଏବଂ ନିଜ ନିର୍ବାଚନୀ ଇସ୍ତାହାରରେ ପାଇକ ଆଖଡ଼ାର ଉନ୍ନତି ବିଷୟରେ ଉଲ୍ଲେଖ ନକରିବା ଏହାର ଏକ ବଳିଷ୍ଠ ପ୍ରମାଣ । ଆଗାମୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାଇକ ମହାସଂଘ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ, ଏଥିରେ ସନ୍ଦେହ ନାହିଁ । ଆଜି ଏହି ଉତ୍ସବରେ ରାଜ୍ୟ ଉପଦେଷ୍ଟା ପ୍ରଫେସର ଗାୟନ ସାମଲ, କଟକ ସଭାପତି ରାଜକିଶୋର ବେହେରା, ଖୋର୍ଦ୍ଧା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ଦଳବେହେରା, ମନୋରଞ୍ଜନ ପଶ୍ଚିମକବାଟ, ଭୁବନେଶ୍ୱର ସଭାପତି ଅଜୟ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ରାଜ୍ୟ କୋଷାଧ୍ୟକ୍ଷ ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ