ପାଇଖାନା ନିର୍ମାଣର ଅନୁଧ୍ୟାନ କଲେ ୨ ଟିମ୍
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗତ ୨/୩ ଧରି ଛତ୍ରପୁର ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ଗାଁ ଗାଁ ବୁଲି ପାଇଖାନା ନିର୍ମାଣ ଓ ପରିମଳ ବ୍ୟବସ୍ଥା ତଦାରଖ କରୁଛନ୍ତି ଖଲିକୋଟ ବ୍ଲକର ଦୁଇ ଗୋଟି ଟିମ୍ । ଛତ୍ରପୁର ବ୍ଲକର ଚିକଲଖଣ୍ଡି, ବିପୁଳିଙ୍ଗି, ମହାନାଦପୁର, ବଉଳଗାଁ ସମେତ ବିଭିନ୍ନ ପଂଚାୟତ ବୁଲି ଖଲିକୋଟ ବ୍ଲକର ଡ଼ିମିରିଆ ସରପଞ୍ଚ ମନୋଜ ଗୌଡ଼, କଇରାଶି ସରପଞ୍ଚ ପ୍ରଫୁଲ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଏସ. ଭିମା ରାଓ, ବିଏଲସି ନରେନ୍ଦ୍ର ତ୍ରିପାଠୀ, ଏମ.ବି.କେ ମାଧୁରୀ ସାହୁ, ଭାନୁମତି ରାଜଗୁରୁ, ସୁନିତା ପ୍ରଦାନ, ସାଗରିକା ନାହାକ ଦୁଇଟି ଗଠନ କରି ବାହ୍ୟ ମଳମୁକ୍ତ ପଂଚାୟତ ତଦାରଖ କରିବା ନେଇ ପଂଚାୟତର ବିଭିନ୍ନ ଗାଁ କୁ ଗାଁ ଗସ୍ତ କରି ପ୍ରତ୍ୟେକ ଘରକୁ ଘର ବୁଲି ପାଇଖାନା ନିର୍ମାଣ ହୋଇଛି କି ନାହିଁ ତାହା ଦେଖିବା ସହ ଯଦି ହୋଇଛି ତାର ବ୍ୟବହାର ହେଉଛି କି ନାହିଁ ମଧ୍ୟ ତନଖି ଦେଖିଥିଲେ । ସେହିଭଳି ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ ଭିତରେ ପରିମଳ ଓ ପାଇଖାନାର ବ୍ୟବହାର ତଦାରଖ କରି ସନ୍ତୋଷବ୍ୟକ୍ତ କରିଥିଲେ । ଶେଷରେ ଛତ୍ରପୁର ବ୍ଲକର ୪୨ଟି ଗ୍ରାମକୁ ବାହ୍ୟମଳମୁକ୍ତ ଗ୍ରାମ ରୂପେ ଘୋଷଣା କରିବାକୁ ସୁପାରିଶ କରାଯାଇଛି । ଏହି ପ୍ରତିନିଧି ଦଳରେ ଛତ୍ରପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଶଶାଙ୍କ ଶେଖର ପାଢି, ମଳୟ କୁମାର ନାୟକ ଓ ବିଆରସି ରଶ୍ମିକାନ୍ତ ନାୟକ ପ୍ରମୁଖ ସାମିଲ୍ ଥିଲେ । ଏହି ତଦାରଖ ବେଳେ ଦୁଇଟି ଟିମ୍ ମହାନାଦପୁର ସରପଂଚ ରୁନିତା ବେହେରା, ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ବିପୁଳିଙ୍ଗି ସମିତି ସଭ୍ୟ ଜୟଦେବ ଲେଙ୍କା, ମହାନାଦପୁର ମହିଳା ସଂଘ ସଭାପତି ଶକୁନ୍ତଳା ପାତ୍ର, ବିପୁଳିଙ୍ଗି ମହିଳା ସଂଘ ସଭାପତି ଜି. ଲକ୍ଷ୍ମୀ ରେଡ୍ଡିଙ୍କ ସହ ଆଲୋଚନା କରିଥିଲେ ।


