ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବା ମାମଲା

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଏବଂ ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କ ମନି ଲଣ୍ଡରିଂକୁ ରୋକିବାରେ ବିଫଳ ହୋଇଥିବା ପାକିସ୍ତାନକୁ ଫାଇାନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) କଳା ତାଲିକାଭୁକ୍ତ କରିବା ସମ୍ଭାବନା ବଳବତ୍ତର ହୋଇଛି । ଗତକାଲିଠାରୁ ପ୍ୟାରିସରେ ଆରମ୍ଭ ହୋଇଥିବା ଏଫ୍‌ଏଟିଏଫ୍ ବୈଠକରେ କୌଣସି ପ୍ରମୁଖ ରାଷ୍ଟ୍ରର ସମର୍ଥନ ପାକିସ୍ତାନକୁ ମିଳିନାହିଁ । ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନ ବିଫଳ ହୋଇଥିବା ପ୍ରାୟ ସମସ୍ତ ସଦସ୍ୟ ରାଷ୍ଟ୍ର ସ୍ୱୀକାର କରିଛନ୍ତି । ଏଫ୍‌ଏଟିଏର ୨୭ଟି ସର୍ତ୍ତରୁ ପାକିସ୍ତାନ କେବଳ ୬ଟି ପାଳନ କରିଛି । ତେଣୁ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବା କିମ୍ବା ପୂର୍ବ ଭଳି ଗ୍ରେ ଲିଷ୍ଟରେ ରଖାଯିବ ସେ ନେଇ ଆସନ୍ତା ୧୮ ତାରିଖ ଦିନ ନିଷ୍ପତ୍ତି ନିଆଯିବ । ଆବଶ୍ୟକସ୍ଥଳେ ପାକିସ୍ତାନକୁ ଗ୍ରେ ଏବଂ ବ୍ଲାକ୍ ଲିଷ୍ଟ୍ ମଝିରେ “ଡାର୍କ ଗ୍ରେ’ ଶ୍ରେଣୀରେ ରଖାଯିବ ବୋଲି ଏଫ୍‌ଏଟିଏଫ୍ ସୂତ୍ରରୁ ଜଣାପଡ଼ିଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ, ମନି ଲଣ୍ଡରିଂ ଏବଂ ଅନ୍ତର୍ଜାତୀୟ ଅର୍ଥ ବ୍ୟବସ୍ଥା ପ୍ରତି ଆତଙ୍କବାଦୀଙ୍କ ଆଡ଼ୁ ଥିବା ବିପଦକୁ ଦୂର କରିବା ପାଇଁ ୯୮୯ରେ ଏଫ୍‌ଏଟିଏଫ୍ ଘୋଷଣା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ