ବିଜେପିରେ ଯୋଗ ଦେଲେ ନାରାୟଣ ରାଣେ
କାଙ୍କାଭିଲି: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଏହା ସହିତ ତାଙ୍କ ଦ୍ୱାରା ପ୍ରତିଷ୍ଠିତ “ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ’ (ଏମ୍ଏସ୍ପିି) ଦଳ ମଧ୍ୟ ବିଜେପିରେ ବିଲୀନ ହୋଇଛି । ରାଣେଙ୍କ ଜ୍ୟେଷ୍ଠ ପୁତ୍ର ତଥା ପୂର୍ବତନ ସାଂସଦ ନୀଲେଶ, କନିଷ୍ଠ ପୁତ୍ର ନିତେଶ ଏବଂ ତାଙ୍କର ସମର୍ଥକମାନେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ନାରାୟଣ ରାଣେ ୧୯୯୯ ମସିହାରେ ବିଜେପି-ଶିବସେନା ମେଣ୍ଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।


