ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ଆକ୍ରମଣ, ଆତଙ୍କବାଦୀଙ୍କ ସମେତ ୧୦ ମୃତ
କରାଚୀ: ପାକିସ୍ତାନର କରାଚୀ ସହରସ୍ଥିତ ‘ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ’ ଉପରେ ହୋଇଛି ଆତଙ୍କବାଦୀମାନେ ଆକ୍ରମଣ। ଏଥିରେ ମୋଟ ଆତଙ୍କବାଦୀଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ଗୁଳିରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଅନ୍ୟ ମୃତକଙ୍କ ମଧ୍ୟରେ ୪ ଜଣ ସିକ୍ୟୁରିଟି ଗାର୍ଡ, ଜଣେ ସାଧାରଣ ନାଗରିକ ଓ ଜଣେ ପୋଲିସ ସବ୍ ଇନ୍ସପେକ୍ଟର ରହିଛନ୍ତି। ମୋଟ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ ଆଜି ସକାଳ ୯ଟାରେ ଆତଙ୍କବାଦୀମାନେ ଷ୍ଟକ ଏକ୍ଚେଞ୍ଜ ବିଲଡିଂ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିବା ବେଳେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତାଙ୍କୁ ରୋକିଥିଲେ। ଫଳରେ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇବା ସହ ହ୍ୟାଣ୍ଡ ଗ୍ରେନେଡ୍ ଫିଙ୍ଗିଥିଲେ। ସପ୍ତାହର ପ୍ରଥମ ଦିନ ହୋଇଥିବାରୁ ଅଫିସରେ ପ୍ରବଳ ଭିଡ଼ ଥିଲା। ଆତଙ୍କବାଦୀ ଆକ୍ରମଣ ବିଷୟରେ ଖବର ପାଇ ପୋଲିସ ସମେତ୍ ବମ୍ ସ୍କାର୍ଡ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ସିଲ୍ କରି ଦେଇଥିଲେ। ପୋଲିସ ସହ ଧସ୍ତାଧସ୍ତି ବେଳେ ପ୍ରଥମେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା ବାକି ୩ ଜଣ ବିଲଡିଂ ଭିତରକୁ ପଶିଯାଇଥିଲେ। ପରେ ପାକିସ୍ତାନୀ ରେଞ୍ଜର ଓ ସିନ୍ଧ ପୋଲିସର ଯବାନମାନେ ବିଲଡିଂରେ ଫସିଥିବା ୩ ଆତଙ୍କବାଦୀଙ୍କୁ ମାରି ଫସିଥିବା ଲୋକଙ୍କୁ ବାହାର କରିଥିଲେ।


