ପାକିସ୍ତାନ ସହ ଫାଇନାଲ୍ ଖେଳିବ ଇଂଲଣ୍ଡ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ଅଷ୍ଟ୍ରେଲିଆର ଆଡିଲେଡ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ୨ୟ ସେମିଫାଇନାଲରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡକୁ ୧୬୯ ରନ୍ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ବ୍ୟାଟିଂ କରି ୬ ଓ୍ୱିକେଟ୍ ହରାଇ ୧୬୮ ରନ୍ କରିବାରେ ସକ୍ଷମ ହୋଇଛି ରୋହିତ ବାହିନୀ ।ପାକିସ୍ତାନ ଫାଇନାଲ୍ରେ ପହଞ୍ଚି ସାରିଥିବା ବେଳେ ସେମିରେ ହାରିଲା ଭାରତ । ବଟଲର ଏବଂ ହେଲ୍ସ ସାମ୍ନାରେ ଫିକା ପଡିଲା ରୋହିତ ବାହିନୀ। ଭାରତୀୟ ବୋଲରଙ୍କ ଦୟନୀୟ ପ୍ରଦର୍ଶନ ସହିତ ଇଂରେଜ ଦଳର ଅଧିନାୟକ ଜୋସ୍ ଟବଲର ଏବଂ ଆଲେକ୍ସ ହେଲ୍ସଙ୍କ ବିସ୍ଫୋରକ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଆଡିଲେଡ୍ରେ ଖେଳାଯାଇଥିବା ଦ୍ଵିତୀୟ ସେମି ଫାଇନାଲ୍ରେ ଇଂଲଣ୍ଡ ଭାରତକୁ ୧୦ ଓ୍ଵିକେଟ୍ରେ ହରାଇଛି । ଏଥିସହ ଦ୍ଵିତୀୟ ଦଳ ଭାବେ ଟି-୨୦ ବିଶ୍ଵ କପ୍ ୨୦୨୨ର ଫାଇନାଲ୍ରେ ପ୍ରବେଶ କରିଛି । ୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡ ଦଳର ଦୁଇ ଓପନର ଆଲେକ୍ସ ହେଲ୍ସ ଏବଂ ଅଧିନାୟକ ଜୋସ୍ ବଟଲର ଦୃଢତାର ସହ ବ୍ୟାଟିଂ ଆରମ୍ଭ କରିଥିଲା। ନିଜର ଖ୍ୟାତି ଅନୁସାରେ ବ୍ୟାଟିଂ କରି ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ଆରମ୍ଭରୁ ନିର୍ମମ ପ୍ରହାର କରିଥିଲେ। ଏପରିକି ପ୍ରତିପକ୍ଷ ବୋଲରଙ୍କୁ କୌଣସି ସୁଯୋଗ ବି ଦେଇନଥିଲେ। ପ୍ରଥମେ ଅର୍ଦ୍ଧଶତକୀୟ, ପୁଣି ଶତକୀୟ ଭାଗିଦାରୀ ଯୋଡି ହେଲ୍ସ ଏବଂ ବଟଲର ଇଂଲଣ୍ଡର ବିଜୟକୁ ସହଜ କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟସମ୍ୟାନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ।