ପାକିସ୍ତାନ ସ୍ୱାତରୁ ନୋବେଲ ବିଜେତା

ପାକିସ୍ତାନ ସ୍ୱାତରୁ ନୋବେଲ ବିଜେତା
ପାକିସ୍ତାନ ସ୍ୱାତରୁ ନୋବେଲ ବିଜେତା

(ଯୁଗାବ୍ଦ ନ୍ୟୁଜ) ପାକିସ୍ତାନର ପ୍ରାଥମିକ ଶିକ୍ଷାକୁ ନୂଆ ଦିଶା ଦେଇଥିବା ବିିଶ୍ୱର ସର୍ବକନିଷ୍ଠ ନୋବେଲ ପୁରସ୍କାର ବିଜେତା ମାଲାଲା ୟୁସଫଯାଇଙ୍କ ଆଜି ୨୩ତମ ଜନ୍ମଦିନ । ମହିଳାମାନଙ୍କୁ ସଶକ୍ତ ଓ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବାପାଇଁ ସେ ତାଲିବାନର ଗୁଳି ମଧ୍ୟ ଖାଇଥିଲେ । କୁହାଯାଏ, ମଲାଲା ନିଜର ସୀମିତ ଜ୍ଞାନ ଭିତରେ ନିଜର ଅଞ୍ଚଳରେ ମହିଳା ମାନଙ୍କୁ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୁପେ ଗଢି ତୋଳିବା ପାଇଁ ଅନେକ କଷ୍ଟ ସହିଥିଲେ । କାରଣ ଯେହେତୁ ପାକିସ୍ତାନରେ ମହିଳା ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ମିଳୁନଥିଲା , କିନ୍ତୁ ଏ କଥାକୁ ଭଲ ଭବରେ ବୁଝିଥିଲେ ମଲାଲା ସମାଜରେ ଆଗକୁ ବଢିବାକୁ ହେଲେ ଶିକ୍ଷା ହେଉଛି ଏକ ଅପରିହାର୍ଯ୍ୟ ଅଙ୍ଗ । ଯେଭଳି ଭାବରେ ଅନ୍ୟ ଦେଶରେ ଶିକ୍ଷା କ୍ଷେତ୍ରରେ ମହିଳା ମାନେ ଆଗେଇ ଆସୁଥିଲେ କିନ୍ତୁ ପାକିସ୍ତାନରେ ତାହାର ବ୍ୟତିକ୍ରମ ଦେଖିୁବାକୁ ମିଳୁଥିଲା । ଯେହେôତୁ ପାକିସ୍ତାନରେ ଝିଅ ମାନଙ୍କର ଶିକ୍ଷା ପ୍ରତି ଆଦୃତ ଥିଲେ ମଧ୍ୟ ଏହାର ସାମାଜିକ ଚାଲିଚଳଣୀ, ବିଶେଷ କରି ଇସଲାମ ଧର୍ମରେ ଝିଅମାନଙ୍କ ପ୍ରତି ଉଦାର ମନଭାବ ଯୋଗୁଁ ମହିଳାମାନେ ଶିକ୍ଷା ଅଧିକାରରୁ ବଞ୍ଚିତ ରହୁଥିଲେ । ଆଉ ଏହି କ୍ଷେତ୍ରରେ ପାକିସ୍ତାନ ଭଳି ଦେଶରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ମଲାଲା । ଖାଲି ମଲାଲା ଯେ ପାକିସ୍ତାନରେ ସୀମିତ ରହିଲେ ତା ନୁହେ୍ଁ ଏକ ଆଦର୍ଶ ଝିିଅ ରୁପେ ପରିଗଣିତ ହେଲେ ସାରା ବିଶ୍ୱରେ ।
ଆସନ୍ତୁ ଜାଣିବା ମଲାଲାଙ୍କ ସମ୍ପର୍କରେ-
ମଲାଲ ୧୯୯୭ ମସିହା ଜୁଲାଇ ୧୨ ତାରିଖରେ ପାକିସ୍ତାନସ୍ଥିତ ସ୍ୱାତ ଜିଲ୍ଲାର ମିଙ୍ଗୋରା ପ୍ରାନ୍ତଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜିଆୟୁଦ୍ଦିନ ୟୁସଫଯାଇ ଓ ମାତା ତୋରପେକାଇ ୟୁସଫଯାଇ । ମଲାଲାଙ୍କ ପିତା ଯୁଦ୍ଧରେ ନିଜଦେଶର ଜାତୀୟ ପତାକାର ସମ୍ମାନ ରକ୍ଷା କରିବାପାଇଁ ଜୀବନ ଦେଇଥିବା ମଲାଲାଇଙ୍କ ନାମନୁସାରେ ମଲାଲାଙ୍କ ନାମ ରଖିଥିଲେ । ସେ ତାଙ୍କୁ ଜାନିମନ ମଧ୍ୟ କହୁଥିଲେ ଯାହାର ଅର୍ଥ ଜୀବନଠାରୁ ମଧ୍ୟ ଅଧିକ ମୁଲ୍ୟବାନ । ମଲାଲାଙ୍କ ପିତା କୁଶଲ ପବ୍ଲିକ ସ୍କୁଲ ନାମରେ ଗୋଟିଏ ସ୍କୁଲ ଚଳାଉଥିଲେ ଯେଉଁଠାରେ ମଲାଲା ମଧ୍ୟ ପାଠ ପଢୁଥିଲେ । ଯେତେବେଳେ ତାଲିବାନ ଆତଙ୍କୀ ସଙ୍ଗଠନ ପାକିସ୍ତାନର ସ୍ୱାତରେ ଆକ୍ରମଣ କରିଥିଲେ । ଆତଙ୍କୀ ସଙ୍ଗଠନ ମହିଳାଙ୍କ ଶିକ୍ଷାର ତୀବ୍ର ବିରୋଧ କରୁଥିବାରୁ ତାଙ୍କ ଭୟରେ ମହିଳାମାନେ ସ୍କୁଲ ନଯାଇ ଶିକ୍ଷାରୁ ବଞ୍ଚିତ ରହୁଥିଲେ । ସେପ୍ଟେମ୍ବର ୨୦୦୮ରେ ମଲାଲା ନାରୀ ଶିକ୍ଷା ସମ୍ପର୍କରେ ଅଭିଯାନ ଆରମ୍ଭ କରିଥିଲେ ।

ତାଲିବାନ  ହମଲାର ଶିକାର –

୨୦୧୨ ମସିହା ଅକ୍ଟୋବର ୯ ତାରିଖରେ ମଲାଲା ତାଲିବାନ ଆତଙ୍କୀ ହମଲାର ଶିକାର ହୋଇଥିଲେ । ତାଙ୍କୁ ପେଶାୱାର ଆର୍ମିି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସଠିକ ଚିକିତ୍ସା ଦ୍ୱାରା ତାଙ୍କର ରକ୍ଷା କରାଯାଇ ପାରିଥିଲେ । ତାଲିବାନୀଙ୍କ ଗୁଳି ଖାଇବା ପରେ ବି ସେ ତାଙ୍କ ସଂଗ୍ରାମ ଜାରି ରଖି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଥିଲେ।

ୟୁ.ଏନ.ଓର ଭାଷଣ ପରେ ସାରା ବିଶ୍ୱ ଚିହ୍ନିଲା ମଲାଲାଙ୍କୁ –

ମଲାଲା ୨୦୧୩ ଜୁଲାଇ ୧୨ ତାରିଖରେ ଜାତିସଂଘରେ ସମସ୍ତଙ୍କର ଶିକ୍ଷା ଅଧିକାର ସମ୍ପର୍କରେ କହିବା ସହ ଶିକ୍ଷାର ପ୍ରଚାର ପ୍ରସାର ତଥା ମହିଳାଙ୍କ ଶିକ୍ଷା ଉପରେ ସେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା ପାଇଁ ଭାଷଣ ଦେଇ ସମଗ୍ର ପୃଥିବୀରେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ । ୨୦୧୩ରେ ମଲାଲାଙ୍କୁ ୱୁମେନ ଅଫ ଦି ଇୟର ଆୱାର୍ଡ ପ୍ରଦାନ କରାଯାଇଥିଲା ।

ମିଳିତ ଜାତିସଂଘର ମଲାଲା ଦିବସ ଘୋଷଣା-

ମହିଳାଙ୍କ ଶିକ୍ଷା ଅଧିକାର ପାଇଁ ଲଢି ସେ ତାଲିବାନୀଙ୍କଠାରୁ ଗୁଳି ଖାଇଥିଲେ । ତାଙ୍କର ଏହି ଦୁଃସାହାସିକତା  ପାଇଁ ତାଙ୍କୁ ୨୦୧୪ରେ ଭାରତର କୈଳାଶ ଶତ୍ୟାର୍ଥୀଙ୍କ ସହିତ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ମଲାଲାଙ୍କ ଦୁଃସାହାସିକତା ପାଇଁ ୨୦୧୪ ଜୁଲାଇ ୧୨ ତାରିଖରୁ ତାଙ୍କ ଜନ୍ମଦିନକୁ ୟୁନାଇଟେଡ ନେସନ ଦ୍ୱାରା ମଲାଲା ଦିବସ ରୁପେ ପାଳନ କରାଯାଉଛି ।

ମଲାଲା ଅକ୍ସଫୋର୍ଡ ଅନ୍ତର୍ଗତ ଲେଡି ମାରଗେରଟ ହଲ୍ରୁ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିବାବେଳେ ସେ ଏବେ ଇଂଲଣ୍ଡର ବର୍ମିଂହାମରେ ରହୁଛନ୍ତି। କାନାଡ୍ଡା ସରକାରଙ୍କ ପକ୍ଷରୁ ତାଙ୍କୁ ନାଗରିକତ୍ୱ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ