ପାକିସ୍ଥାନ ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟ ବିରୋଧରେ ବିଜେପିର ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ପାକିସ୍ଥାନ ବୈଦେଶିକ ମନ୍ତ୍ରୀ ବିଲାବଳ ଭୁଟୋ ଜର୍ଦାରିଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ଦେଶ ବ୍ୟାପୀ ପ୍ରତିବାଦ ହୋଉଥିବା ବେଳେ ବାଲେଶ୍ୱରରେ ବି ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଛି । ବିକ୍ଷୋଭ ପ୍ରଦର୍ଶନ ସହ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବଲାବଳ ଭୁଟୋ ଜର୍ଦାରିଙ୍କୁ ତୀବ୍ର ନିିନ୍ଦା କରିଥିଲେ । ଭାରତର ପ୍ରଧାନମନ୍ତ୍ରୀଙ୍କ ବାବଦରେ ଅପମାନବୋଧ ଟିପ୍ପଣି ଦେବା ଅତ୍ୟନ୍ତ ସଂକୀର୍ଣ୍ଣ ମାନସିକତାର ପରିଚୟକ ବୋଲି ବିଜେପି ପକ୍ଷରୁ ଆରୋପ କରାଯାଇଛି । ମନ୍ତ୍ରୀ ବଲାବଳ ଭୁଟୋ ଜର୍ଦାରି ତୁରନ୍ତ କ୍ଷମା ମାଗିବାକୁ ବିଜେପି କର୍ମକର୍ତ୍ତାମାନେ ଦାବି କରିଛନ୍ତି ।ଏହି ଅବସରରେ ଉତ୍ତେଜିତ ବିଜେପି କର୍ମୀମାନେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଜର୍ଦାରିଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ନଗର ସଭାପତି ଚିତ୍ତ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ତଥା କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମରେ ଦଳୀୟ କର୍ମୀମାନେ ପାକିସ୍ଥାନ ବିରୋଧରେ ନାରାବାଜି ଦେଇଥିଲେ । ପୂର୍ବତନ ବିଧୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ଉପ-ସଭାପତି କମଲ ଲୋଚନ ଦାସ, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ଶୋଭନା ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର, ଜିଲ୍ଲା ମିଡ଼ିଆ ସହ ସଂଯୋଜକ ରଣଜିତ୍ ପୃଷ୍ଟି, ଜିଲ୍ଲା ସାମାଜିକ ଗଣ ମାଧ୍ୟମ ସଂଯୋଜକ ଅରୂପ ଜେନା, ସୁବୋଧ ଚନ୍ଦ୍ର ପଣ୍ଡା, ନାରାୟଣ ମହନ୍ତ,ବିିପିନ ମାରାଣ୍ଡି, ବିଜୟ ପାଣିଗ୍ରାହୀ, ଦେବାଶିଷ ଆଚାର୍ଯ୍ୟ, ମହୁଆ ପ୍ରଧାନ, ସଂଯୁକ୍ତା ମହାପାତ୍ର, ସୁସ୍ମିତା ପଣ୍ଡା, ଯୋଗେନ ରଣା, ସନାତନ ବାରିକ, ତରୁଲତା ମହାନ୍ତି, ଦେବବ୍ରତ ମିଶ୍ର, ଉମେଶ ବେହେରା, ସୁଶାନ୍ତ ବେରା, ଭାରତୀ ପାତ୍ର, ଶ୍ରୀକୃଷ୍ଣ ସାହା,ଜୟ ପ୍ରକାଶ ଦାଶ, ନିତ୍ୟ ଗେ।।ଳ ସିଂହ, ଶେଖ୍ ସାନ୍ ଦାନୀ, ନସିମା ବିବି, ମନୋଜ୍ ପୋଦାର, ଭାଗ୍ୟରଞ୍ଜନ ନାୟକ, ଦୁର୍ଗା ପ୍ରସନ୍ନ ବେହେରା, କାର୍ତ୍ତିକ ନାଥ, ଜିତେନ୍ଦ୍ର ଷଡ଼ଙ୍ଗୀ, ଜୀବନ କୃଷ୍ଣ ପାତ୍ର, ଉମାକାନ୍ତ ଶତପଥୀ, ମଦନ ମୋହନ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।