ପାଗଳକୁ ଧରି ସାମ୍ବାଦିକ ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା):ଚଳିତ ଅଗଷ୍ଟ ମାସ ୨୫ ତାରିଖ ଦିନ ସହରସ୍ଥ ଷ୍ଟେସନ କ୍ଲବ ଠାରେ ପୂର୍ବାହ୍ନ ୧ଠ ଟା ସମୟ ରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା l ଏହି ସାମ୍ବାଦିକ ସମ୍ମିଳନୀ କୁ ବାରିପଦା ରୁ ଆସିଥିବା ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ଶ୍ୟାମସୁନ୍ଦର ରାଠି ଯିଏକି ନିଜକୁ ବିଶ୍ୱର ସମସ୍ତ ବୈଜ୍ଞାନିକ ମାନଙ୍କ ଭଗବାନ ଓ ସର୍ବକାଳୀନ ଶ୍ରେଷ୍ଠ ବୈଜ୍ଞାନିକ ବୋଲି କହୁଥିଲେ l ସେ ଏହି ସମ୍ମିଳନୀ ରେ ଅତିଥି ରୂପେ ଯୋଗ ଦେବାପାଇଁ ସହର ର ବହୁ ବିଶିଷ୍ଟ ଲୋକଙ୍କୁ ଆମନ୍ତ୍ରଣ କରିଥିଲେ ଓ ତା’ ମଧ୍ୟରୁ ଅନେକ ଯୋଗ ବି ଦେଇଥିଲେ l କିନ୍ତୁ ଠିକ ସମ୍ମିଳନୀ ଆରମ୍ଭ ହେବ ବେଳକୁ ନାଟକୀୟ ପରିସ୍ଥିତି ଉପୁଜିଥିଲା ଓ ସେଠାରେ ପୋଲିସ ପହଞ୍ଚିଥିଲା l ଖବର ନେବାରେ ଜଣାପଡିଲା ଯେ ଜିତେନ୍ଦ୍ର ମହାନ୍ତି ନାମକ ଜଣେ ଯୁବକ ଯିଏକି ନିଜ ଡିଜିଟାଲ ଚ୍ୟାନେଲ ରେ ଜଣେ ସୂଚନା ସେବାକାରୀ ରୂପେ କାର୍ଯ୍ୟ କରନ୍ତି ସ୍ଥାନୀୟ ସହଦେଵଖୁଣ୍ଟା ଥାନାରେ ଶ୍ରୀ ରାଠି ଙ୍କ ବିରୋଧ ରେ ଅଭିଯୋଗ କରିଥିଲେ କି ଶ୍ରୀ ରାଠି କିପରି ନିଜକୁ ବୈଜ୍ଞାନିକ ଙ୍କ ଭଗବାନ ବୋଲି ଲେଖା ବାଣ୍ଟୁଛନ୍ତି , କିପରି ଓ କେଉଁ ଅଧିକାର ରେ ଭାରତ ସରକାର ଙ୍କ ତଥା ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭ କୁ ବ୍ୟବହାର କରୁଛନ୍ତି ଓ କିପରି ଦେଶ ର ମହାନ ବୈଜ୍ଞାନିକ, ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ ଅବଦୁଲ କଲାମ ଙ୍କୁ ଜଣେ ବିଶ୍ୱରେ ଅଜଣା ବୈଜ୍ଞାନିକ ଓ ତାଙ୍କ ଠାରୁ ନିଜକୁ କୋଟି ଗୁଣରେ ଭଲ ବୈଜ୍ଞାନିକ ବୋଲି କହୁଛନ୍ତି ବୋଲି କହୁଛନ୍ତି l ପଦକ୍ଷେପ ସ୍ୱରୂପ ପୋଲିସ ଉକ୍ତ କ୍ଲବ ରେ ପହଞ୍ଚି ଶ୍ରୀ ରାଠିଙ୍କୁ ଥାନାକୁ ନେଇଥିଲା l ପରେ ଡାକ୍ତରୀ ପରୀକ୍ଷା ପାଇଁ ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲା l ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକ ଙ୍କ କହିବା ଅନୁଯାଇ ୪ ଜଣିଆ ବିଶେଷଜ୍ଞ ଦଳ ଶ୍ରୀ ରାଠିଙ୍କୁ ମାନସିକ ରୋଗୀ ବୋଲି ପ୍ରମାଣ ପତ୍ର ଦେଇଥିଲା ତେଣୁ ପୋଲିସ ଝାମେଲା ମୁକ୍ତ ହେବାପାଇଁ ତରବରିଆ ଭାବେ ଜଣେ ତଥା କଥିତ ଟାଣୁଆ ଶ୍ରମିକ ନେତା ଙ୍କ ବ୍ୟକ୍ତିଗତ ଜିମା ରେ ଛାଡ଼ି ଦେଇଥିଲା l କିନ୍ତୁ ମଜା ର କଥା ହେଉଛି କି ଯେଉଁ ଅଭିଯୋଗ ମୂଳେ ପୋଲିସ ଶ୍ରୀ ରାଠି ଙ୍କୁ ବାନ୍ଧିଥିଲା ଓ ପାଗଳ ବୋଲି ପ୍ରମାଣ ପାଇବା ପରେ ଛାଡିଥିଲା, ସେହି ବିଷୟ ଗୁଡ଼ିକ ତାଙ୍କ ସହିତ ଅତିଥି ହୋଇ ବସିବା ପାଇଁ ଭଦ୍ର ମୁଖା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ କଣ ଦେଖା ଯାଉନଥିଲା ? ଶ୍ରୀ ରାଠି ବାଣ୍ଟିଥିବା ଚିଠି ଉପରେ କଣ କାହାର ଦୃଷ୍ଟି ପଡ଼ି ନଥିଲା ? ସେ ସମିଳନୀ ରେ ଯୋଗ ଦେଇଥିବା ବା ଯୋଗ ଦେବାପାଇଁ ମନସ୍ତ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କର ମଧ୍ୟ ମାନସିକ ପରୀକ୍ଷା କରିବା ଆବଶ୍ୟକ ବୋଲି ପ୍ରକୃତ ବୁଦ୍ଧିଜୀବି ଙ୍କ ମଧ୍ୟରେ ଆଲୋଚନା ହେଉଛି l


