ପାଗଳ କୁକୁର କାମୁଡ଼ାରେ ୧୫ରୁ ଉର୍ଦ୍ଧ୍ୱ ଆହତ
ହିଂଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ପୁନରଖଣ୍ଡି ଗ୍ରାମରେ ରବିବାର ପାଗଳ କୁକୁର ଆତଙ୍କ ଦେଖାଦେଇଛି । ପାଗଳ କୁକୁର କାମୁଡ଼ାରେ ଗ୍ରାମର ୧୫ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ସମେତ ୨ ଗାଇ ଓ ଗୋଟିଏ ମଇଁଷି ମଧ୍ୟ ଆହତ ହୋଇଛନ୍ତି । ଆହତ ମାନେ ହେଲେ ସଂପୃକ୍ତ ଗ୍ରାମର ଦ୍ରୈପଦି ବେହେରା (୬୦), ହେମା ଗୌଡ଼ (୫୫), ନମିତା ସେଠି (୪୫), ଉଜ୍ଜଳି ଗୌଡ଼, ଜୁରିୟା ସେଠି, ବୁଲୁ ବେହେରା, କାହ୍ନୁ ଗୌଡ଼, କାଶିନାଥ ଗୌଡ଼ । ଆହତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦ୍ରୈପଦୀଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । କୁକୁର କାମୁଡ଼ାରେ ଗୁରୁତର ଆହତ ଥିବା ଗ୍ରାମର ୭ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ସକାଶେ ବ୍ରହ୍ମପୁର ଡ଼ାକ୍ତରଖାନରେ ଭର୍ତି କରିଥିବା ବେଳେ ସେମାନଙ୍କ ପରିଚୟ ମିଳି ପାରିନାହିଁ ।