ପାଗଳ ବିଲୁଆ କାମୁଡ଼ାରେ ଦଶରୁ ଉର୍ଦ୍ଧ ଆହତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ ର ଅନନ୍ତା ଗ୍ରାମ ରେ ବିଲୁଆ ଆତଙ୍କ ଦେଖାଦେଇଛି। ଏକ ବିଲୁଆ ପାଗଳ ହୋଇ ଯାଇ ଗାଁ ର ୧୦ ରୁ ଉର୍ଦ୍ଧ ଲୋକ ଙ୍କୁ ଗତକାଲି ରାତିରେ କାମୁଡି କ୍ଷତାକ୍ତ କରିବା ସହ ୧୫ ରୁ ଉର୍ଦ୍ଧ୍ବ ଗାଈ ଗୋରୁ ଙ୍କୁ ବି କାମୁଡି ପକାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ବିଲୁଆ ଆତଙ୍କ ରେ ଆତଙ୍କିତ ହୋଇପଡ଼ି ଗ୍ରାମବାସୀ ମାନେ ସ୍ଥାନୀୟ ବନ ବିଭାଗ କୁ ଜଣାଇଥିଲେ ମଧ୍ୟ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ପାଗଳ ବିଲୁଆ କାମୁଡ଼ା ରେ ଆହତ ହୋଇ ଗ୍ରାମ ର ମଙ୍ଗୁଳି ନାୟକ, ପ୍ରସନ ନାୟକ, ସମେତ ପ୍ରାୟ ଦଶ ଜଣ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ବିଲୁଆ ଆତଙ୍କ କୁ ନେଇ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗ୍ରାମବାସୀ ଙ୍କ ଆଖି ରୁ ନିଦ ହଜିଯାଇଛି। ଲୋକ ମାନେ ଭୟ ରେ ହାତରେ ଠେଙ୍ଗା ବାଡି ଧରି ରାତି ସାରା ଜଗିବସୁଛନ୍ତି । ତୁରନ୍ତ ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଆବଶକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ