ପାଚିକା ମହାସଂଘ ପକ୍ଷରୁ ବିକ୍ଷୋଭ
ବେଗୁନିଆପଡା,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ଏମ୍ଡିଏମ୍ ପାଚିକା ସହାୟକ ସଂଘ ପକ୍ଷରୁ ଶନିବାର ବେଗୁନିଆପଡା ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ । ଦୀର୍ଘ ଦିନ ଧରି ପାଚିକା ମାନେ ସ୍କୁଳରେ ମଧ୍ୟାହ୍ନ ଭୋଜନ ରାନ୍ଧି ପିଲା ମାନଙ୍କୁ ଖାଇବାକୁ ଦେବା ସହ ସଫା ସତରା କରୁଥିବା ବେଳେ ସେମାନଙ୍କୁ କମ ମାତ୍ର ୧୪୦୦ ଶହ ଟଙ୍କା ମାସିକ ମିଳୁଥିବା ବେଳେ ସେମାନଙ୍କୁ ୨ହଜାର ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି । ଏଥିସହ ପାଚିକା ପରିବାର ମାନଙ୍କ ପାଇଁ ଦୂର୍ଘଟଣାର ସମ୍ମୁଖୀନ ହେଲେ କ୍ଷତିପୂରଣ ପ୍ରଦାନ , ପାଚିକା ମାନଙ୍କର ଡ୍ରେସକୋଡ୍ ବ୍ୟବସ୍ଥା , ସ୍ୱାସ୍ଥ୍ୟୃ ସେବା ବ୍ୟବସ୍ଥା ଅବସର ପରେ ପେନସନ ଆଦି ଦାବି କରିଥିଲେ । ଏହି ବ୍ଳକ ସଭାପତି ଛାୟା ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଜିଲ୍ଲା ସଭାପତି ରାଜେନ୍ଦ୍ର ଦାସ , ବ୍ଳ୍କ ଉପଦେଷ୍ଟା ରଙ୍କ ନାଥ ସ୍ୱାଇଁ , ଜିଲ୍ଳା ବି କେ ଏମ୍ ସି ସଭାପତି ରଘୁନାଥ ଗୈାଡ , ପ୍ରବିଣ କୁମାର ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ । ଶେଷରେ ଦାବି ପତ୍ର ଏ ବି ଇ ଓଙ୍କୁ ପ୍ରଦାନ କରିଥିଲେ ।