ପାଚିଲା ଧାନ ବିଲରେ ପଶିଲା ପାଣି, ଚାଷୀ ଚିନ୍ତାରେ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଦ୍ୟାଧରପୁର ଶାଳନ୍ଦୀ ବ୍ୟାରେଜରୁ ଆନନ୍ଦପୁର ମୁଖ୍ୟ କେନାଲରେ ପାଣି ଛଡାଯିବାରୁ କେନାଲରେ ଥିବା ଆଉଟଲେଟରେ ପାଣି ଯାଇ ପାଚିଲା ଧାନ ବିଲରେ ପଶିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏବେ ଧାନସବୁ ବିଲରେ ପାଚି ସାରିଥିବାବେଳେ ବିଲ ଶୁଖୁଲେ ଧାନ କାଟିବାକୁ ଚାଷୀ ଯୋଜନା କରୁଥିବାବେଳେ କେନାଲ ପାଣି ଏବେ ବିଲରେ ଲହଡ଼ି ଖେଳୁଛି। ସୂଚନା ଅନୁଯାଇ ଭଦ୍ରକ ଜିଲ୍ଲାର ତଳ ଅଞ୍ଚଳରେ ପାଣିର ଆବଶ୍ୟକତା ଥିବାରୁ ଜଳସେଚନ ବିଭାଗ ଶାଳନ୍ଦୀ ବିଦ୍ୟାଧରପୁର ବ୍ୟାରେଜରୁ ପାଣି ଛାଡିଥିଲା । କିନ୍ତୁ ପନ୍ଦାତୋ ହେଡ ରେଗୁଲେଟର ପାଖରେ କିଛି ଚାଷୀ ପାନିଗଲେ ପାଚିଲା ଧାନ ନଷ୍ଟ ହେବା ନେଇ ପ୍ରତିବାଦ କରିବାରୁ ବନ୍ତ ପଟ କୁ ଯାଇଥିବା ଗେଟ ଖୋଲାଇ ଦେଇନଥିଲେ। ଫଳରେ ପାଣି ଜମା ହୋଇ ରହିବା ସହିତ ଆଉଟଲେଟରେ ପାଣି ବାହାରି ବରାଙ୍ଗ, ଜମ୍ଭିରା, ଆମ୍ବଗଡ଼ିଆ, ପନ୍ଦାଡୋ, ତେନ୍ତୁଲିପଦି ଆଦି ଗ୍ରାମର ଶହ ଏକର ଚାଷ ଜମି ପାଣିରେ ଉବୁଟୁବୁ ହେଇଛି। ଏହାକୁ ନେଇ ଆଜି ସକାଳୁ ଚାଷୀମାନେ ବିଲରେ ପାଣି ପଶିଥିବାର ଦେଖି ଅସନ୍ତୋଷ ପ୍ରକାଶକରିବା ସହିତ ଚାଷୀମାନେ ଏକଜୁଟ ହୋଇ ବିଭାଗୀୟ ଅଧିକାରୀଙ୍କ ଠାରୁ କର୍ମଚାରୀ ପର୍ଯ୍ୟନ୍ତ ଫୋନ୍ କରି ପାଣି ବନ୍ଦକରିବାକୁ କହୁଥିଲେ ବି କେହି ଶୁଣି ନଥିଲେ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ତେଜନ ପ୍ରକାଶ ପାଇଥିଲା। ପରେ ବହୁ ବିଳମ୍ବରେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ପାଣିକୁ ବନ୍ଦ କରାଯାଇଥିଲା । ଗଛିତ ପାଣିକୁ ବନ୍ତ ଶାଖା କେନାଲରେ ଛଡାଯିବା ପରେ ଚାଷାମାନେ ଶାନ୍ତ ହୋଇଥିଲେ । ପୁନର୍ବାର ପାଣି ନଛାଡିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି । ଏହି ଅନାବଶ୍ୟକ ପାଣି ଯୋଗୁଁ ଯେଉଁ କ୍ଷତି ହେବ ସେଥିପାଇଁ ଜଳସମ୍ପଦ ବିଭାଗ ଦାୟୀ ରହିବ ବୋଲି ପ୍ରେମାନନ୍ଦ ମିଶ୍ର, ଉଦୟ ନାରାୟଣ ମିଶ୍ର, ଘନଶ୍ୟାମ ମଲ୍ଲିକ, କୋଦଣ୍ଡଧର ମିଶ୍ର, ଚଣ୍ଡୀ ରାଉତ, ପ୍ରଦ୍ୟୁମ୍ନ ରାଉତ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ଜଳସେଚନ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ବି ଯୋଗାଯୋଗ ସମ୍ଭବ ହୋଇ ନଥିଲା।