ପାଞ୍ଚପିଢ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ଙ୍କ ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମ ରେ ସଫେଇ କାର୍ଯ୍ୟକ୍ରମ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ସହର ରେ ଥିବା ପାଞ୍ଚପିଢ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ଙ୍କ ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ସମାଜସେବା ବିଭାଗ ରେ ଆଜି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳ ୮ ଘଟିକା ସମୟରେ ପାଞ୍ଚପିଢ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ୍ୟ ଉମେଶ କୁମାର ଅଗ୍ରୱାଲ ଓ ଅଧ୍ୟାପକ ଦିଲ୍ଲୀପ ପୃଷ୍ଟି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ପାଞ୍ଚପିଢ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ମାନସ ବେହେରା ଙ୍କ ତତ୍ୱାବଧାନ ରେ ଛାତ୍ରୀମାନେ ମଙ୍ଗଳା ମନ୍ଦିର ପରିସର ଓ ନିକଟସ୍ଥ ସାହିରେ ସଫେଇ କରିଥିଲେ ପରେ ଅଙ୍କୁରା ଗ୍ରାମ ପରିସର ସଫେଇ କରିଥିଲେ ଏହିକାର୍ଯ୍ୟକ୍ରମ ଗୁଡିକରେ ସ୍ଥାନୀୟ ୱାର୍ଡ କାଉନସିଲର ଭାବଗ୍ରାହୀ ମହାନ୍ତ ଯୋଗଦେଇ ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ର ଅଧ୍ୟାପିକା ଦିବ୍ୟଶ୍ରୀ ବାରିକ,ମଙ୍ଗୁଳୁ ଚରଣ ମହାନ୍ତ, ଭୀମସେନ ବେହେରା, ରମି ବାସ୍କେ ଙ୍କ ସହିତ ଛାତ୍ରୀ ଙ୍କ ମଧ୍ୟରେ ରୁଲାରୀ ମହାନ୍ତ, ରୁପାଲୀ ଘଣା,ରୁକ୍ମଣୀ ମହାନ୍ତ, ପ୍ରିୟଙ୍କା ସାହୁ, ଗୁଡ଼ିଆ ରାଣୀ ମହାନ୍ତ, ସଞ୍ଜନା ଗୋପୀ, ରେଖାରାଣୀ ମହାକୁଡ଼, ଲକ୍ଷ୍ମୀପ୍ରିୟା ବେହେରା, ଏଲିନା ନାଏକ ଙ୍କ ସହିତ ଶତାଧିକ ଛାତ୍ରୀ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।ଏହି ସମାଜସେବା କାର୍ଯ୍ୟକ୍ରମ ଗତ ୨o ତାରିଖ ରୁ ଗୋଶାଳା ସଫେଇରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩o ତାରିଖ ରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅଧକ୍ଷ୍ୟ ଉମେଶ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି ।


