ନୂଆ ଓଡିଶା ନବୀନ ଓଡିଶା ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମ ଉଦଯାପିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ କାଦଡିହା ସ୍ଥିତ ରଘୁନାଥ ହେମ୍ବ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୂଆ ଓଡିଶା ନବୀନ ଓଡିଶା ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବର ସଭାପତିତ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ତ୍ରିପାଠୀ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଓ ଶିଶୁଵିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସମ୍ମାନିତ ଅତିଥି ରୂପେ ପାଞ୍ଚପିଢ଼ ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା ସମିତି ସଭାପତି ପ୍ରେମାଂଶୁ ଚାନ୍ଦ, କରଞ୍ଜିଆ ବ୍ଲକ ଅଧକ୍ଷା ଶୁଭଦ୍ରା ମାରାଣ୍ଡି,ଜିଲ୍ଲାପରିଷଦ ସଭ୍ୟା ଜ୍ୟୋସ୍ନାରାଣୀ ନାଏକ, ମୁଖ୍ୟବକ୍ତା ଭାବେ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା ଏବଂ ପରେ ପରେ ଅତିଥି ଗଣ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ଅଧ୍ୟାପିକା ମିତାରାଣୀ ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ରାଜ୍ୟ ସରକାର ଙ୍କ ଅଭିନଵ ଯୋଜନା ନୂଆ ଓଡିଶା ନବୀନ ଓଡିଶା ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଥିବା କ୍ରୀଡା, କଳା, ସଂସ୍କୃତି, ସମାଜସେବା ମାଧ୍ୟମରେ ଲୁକ୍କାୟିତ ପ୍ରତିଭାର ବିକାଶ ଓ ଛାତ୍ର ଛାତ୍ରୀ ମାନେ ସ୍ୱାବଲମ୍ବି ହେବା ଦିଗରେ ଉପଯୁକ୍ତ ମାଧ୍ୟମ ହେଉ ଓ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ସହିତ ନିଜ ଦକ୍ଷତା ର ପ୍ରତିପାଦନ କରିପାରୁଛନ୍ତି ବୋଲି ପ୍ରକାଶ କରିଥିଲେ।ଅଧକ୍ଷା ଶ୍ରୀମତୀ ତ୍ରିପାଠୀ କଲେଜ ର ପ୍ରାଣପ୍ରତିଷ୍ଠାତା ବର୍ତ୍ତମାନ ର ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଙ୍କ ଶ୍ୱଶୁର ସ୍ବର୍ଗତ ପୂର୍ବତନ ମନ୍ତ୍ରୀ ରଘୁନାଥ ହେମ୍ବ୍ରମ ଓ ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ କାମିନୀକାନ୍ତ ମହାନ୍ତ ଙ୍କ ଅଞ୍ଚଳ ର ଶିକ୍ଷାର ବିକାଶ ନିମନ୍ତେ ଅବଦାନ ନିମନ୍ତେ ସେମାନେ ସର୍ବଦା ଚିରସ୍ମରଣୀୟ ରହିବେ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା କାଯ୍ୟକ୍ରମ ଶେଷରେ ଅଧ୍ୟାପକ ଜନ୍ମେଜୟ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ଅଧ୍ୟାପକ ମନୋଜ କୁମାର ସାମଲ, ତପନ ଶତପଥି,ରଞ୍ଜନ କୁମାର ବେହେରା, କ୍ରୀଡା ଶିକ୍ଷକ ତପନ କୁମାର ବେହେରା, ନୋଡାଲ ଅଫିସର ପୁରୁଷତ୍ତମ ରାଉତ,ବରିଷ୍ଠ ଅଧ୍ୟାପକ ତପନ କୁମାର ବେହେରା,ଈପସିତା ବେହେରା ପ୍ରମୁଖ ଙ୍କ ସହିତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


