ପାଞ୍ଚମହଲା ବିଶିଷ୍ଟ ମାତୃ ଓ ଶିଶୁ ବିଭାଗ କୋଠା ର ଅଗ୍ନିଶମ ସାର୍ଟିଫିକେଟ ନାହିଁ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଳାର କରଞ୍ଜିଆ ଉପଖଣ୍ଡ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏବେବି ସ୍ୱାସ୍ଥ୍ୟ ଠାରୁ ନେଇ ଗମନାଗମନ, ପାନୀୟ ଜଳ ଭଳି ସର୍ବନିମ୍ନ ସୁବିଧା ସୁଯୋଗ ରୁ ଏ ଉପଖଣ୍ଡ ର ବାସିନ୍ଦାବଂଚିତ ହେଉଥିବା ଦେଖିବାକୁ ମିଳେ
କରଞ୍ଜିଆ ଠାରେ ଥିବା ଉପଖଣ୍ଡ ଚିକିତ୍ସାଳୟ ଉପରେ ଉପଖଣ୍ଡ ର ପାଞ୍ଚୋଟି ବ୍ଲକ ସମେତ ପଡୋଶୀ କେନ୍ଦୁଝର ଜିଲ୍ଲାର ୨ଟି ବ୍ଲକ ର ଅଧିକାଂଶ ଲୋକଙ୍କ ସମେତ ପଡୋଶୀ ଝାଡ଼ଖଣ୍ଡ ର ଲୋକେ ମଧ୍ୟ ନିର୍ଭର କରନ୍ତି
କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କର୍ତ୍ତୃପକ୍ଷ ରୋଗୀଙ୍କ ଜୀବନ ସହିତ ଖେଳ ଖେଳୁଥିବା ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି
କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ୨0୧୭ ମସିହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଉଦଘାଟିତ ପଚାଶ ଶଯ୍ୟା ବିଶିଷ୍ଟ ଏହି କୋଠା ର ଅଗ୍ନିଶମ ସାର୍ଟିଫିକେଟ ବର୍ତମାନ ସୁଦ୍ଧା ନାହିଁ
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟ ଅଗ୍ନିଶମ ମହାନିର୍ଦେଶକ ଙ୍କ କାର୍ଯ୍ୟାଳୟ ପକ୍ଷରୁ 2014 ମସିହା ରେ କଲିକତା ସ୍ଥିତ ଆମ୍ରି ହସ୍ପିଟାଲ ରେ ଅଗ୍ନିକାଣ୍ଡ ରେ ବହୁସଂଖ୍ୟା ରେ ରୋଗୀ ଓ ରୋଗୀ ସମ୍ପର୍କୀୟ, ଡାକ୍ତରଖାନା କର୍ମଚାରୀ ଙ୍କ ମୃତ୍ୟୁ ପରେ ଚିଠି ସଂଖ୍ୟା ସି-40/2014/4807/ଏଫପିଡବ୍ଲୁ ତାରିଖ 24/04/2014 ରେ ରାଜ୍ୟ ମେଡିକାଲ ପ୍ରଶିକ୍ଷଣ ଓ ସୁରକ୍ଷା ନିର୍ଦେଶକ ଙ୍କୁ ରାଜ୍ୟ ର ସମସ୍ତେ ସରକାରୀ ଓ ବେସରକାରୀ ଡାକ୍ତରଖାନା ରେ ଅଗ୍ନିଶମ ସୁରକ୍ଷା ଉପକରଣ, ଯନ୍ତ୍ର ସହିତ ଅଗ୍ନିଶମ ସୁରକ୍ଷା ସାର୍ଟିଫିକେଟ ନଥିବା ଡାକ୍ତରଖାନା ତୁରନ୍ତ ସାର୍ଟିଫିକେଟ ପାଇଁ ଅଗ୍ନିଶମ ନିର୍ଦେଶାଳୟ ରେ ଆବେଦନ ଓ ଯେଉଁ ଡାକ୍ତରଖାନା ରେ ସାର୍ଟିଫିକେଟ ଅଛି ତାହାର ନବୀକରଣ ନିମନ୍ତେ ଆବେଦନ କରିବା ସହିତ ସ୍ଥାନୀୟ ଅଗ୍ନିଶମ କାର୍ଯ୍ୟାଳୟ ସହଯୋଗ ରେ ସମୟ ସମୟ ରେ ମକ ଡ୍ରିଲ ଓ କର୍ମଚାରୀ ଙ୍କୁ ତାଲିମ ବ୍ୟବସ୍ଥା କରିବାକୁ ଉଲ୍ଲେଖ କରିଥିଲେ
କିନ୍ତୁ ଦୁଃଖ ର ବିଷୟ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ୨0୧୭ ମସିହା ରେ ନିର୍ମିତ ପାଞ୍ଚ ମହଲା କୋଠା ରେ ଅଗ୍ନିଶମ ସାର୍ଟିଫିକେଟ ନାହିଁ ଏସମ୍ପର୍କ ରେ ଆମ ପ୍ରତିନିଧି ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷିକା ଓ ପରିଚାଳିକା ଙ୍କୁ ପଚାରିବାରୁ ସାର୍ଟିଫିକେଟ ଥିବା ଦାବୀ କରିଥିଲେ କିନ୍ତୁ ବାରମ୍ବାର ପ୍ରୟାସ ପରେ ମଧ୍ୟ ସାର୍ଟିଫିକେଟ ଦେଖାଇ ନଥିଲେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ ଏକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଉପଖଣ୍ଡ ଚିକିତ୍ସାଳୟ କୁ ଆସିଥିବା ସମୟରେ ଆମ ପ୍ରତିନିଧି ଏବିଷୟ ରେ ବିଧାୟକ ଙ୍କୁ ଅଭିଯୋଗ ଓ ଅବଗତ କରାଇବାରୁ ଅଧୀକ୍ଷିକା ଡ଼ଃ ଅନିତା ସିଂ ଓ ପରିଚାଳିକା ଲିପ୍ସା ରାଜନନ୍ଦିନୀ ମହାପାତ୍ର ଙ୍କୁ ଅନ୍ୟ କର୍ମଚାରୀ ସାର୍ଟିଫିକେଟ ଥିବା ଜୋର ଦେଇ କହିଥିଲେ ବିଧାୟକ ଚିକିତ୍ସାଳୟ ଅଧୀକ୍ଷିକା ଙ୍କୁ ସାର୍ଟିଫିକେଟ ଦେଖାଇ ସନ୍ଦେହ ଦୂର କରିବାକୁ କହିବାରୁ କାର୍ଯ୍ୟକ୍ରମ ପରେ କାର୍ଯ୍ୟାଳୟ ରେ ଆସି ସାର୍ଟିଫିକେଟ ଦେଖିନେବେ ବୋଲି ଅଧୀକ୍ଷିକା କହିଥିଲେ କିନ୍ତୁ ସାର୍ଟିଫିକେଟ ଦେଖାଇ ପାରିନଥିଲେ
ଏଠାରେ ପ୍ରଶ୍ନ ଉଠେ ଯଦି କୌଣସି ଅଘଟଣ ଘଟେ ବା କୌଣସି ରୋଗୀ ବା ରୋଗୀ ସମ୍ପର୍କୀୟ ଙ୍କ କୌଣସି କ୍ଷତି ହୁଏ ତେବେ ଏଥିନିମନ୍ତେ ଦାୟୀ ରହିବ କିଏ ? ଏଭଳି ସାଙ୍ଘାତିକ ମିଛ କହି ରୋଗୀଙ୍କ ଜୀବନ ସହିତ ଖେଳୁଥିବା ବ୍ୟକ୍ତି ଙ୍କ ବିରୋଧ ରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ କି ନୁହଁ କି ?
ଏସମ୍ପର୍କରେ ଅଧୀକ୍ଷିକା ଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ନେବାରୁ ସେ କାମରେ ବାହାରେ ଅଛନ୍ତି ଦୁଇତିନିଦିନ ପରେ ଏ ବିଷୟ ରେ କଥାହେବା ବୋଲି କହି କଥା କାଟିଦେଇଥିଲେ
ରାଜ୍ୟ ର ନୂତନ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି
ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ