ପାଞ୍ଚ ଦିନ ହେଲା ଫସିରହିଛି ୧୨ ଚକିଆ ଟ୍ରକ୍
ମୋହନା:(ପ୍ରେମାନନ୍ଦ ପୁଜାରୀ)କମଳାପଦର ଘାଟିରେ ପାଞ୍ଚ ଦିନ ହେଲା ଫସିରହିଛି ୧୨ ଚକିଆ ଟ୍ରକ୍ । ବିପଦପୁର୍ଣ୍ଣ ଘାଟି ରେ ଅତି ଭୟାନକ ପରିସ୍ଥିତି ରେ ଟ୍ରକଟି ରହିଥିବା ଏକ ଦୁର୍ଘଟଣା ଘଟିବା ରୁ ଅଳ୍ପକେ ବର୍ତ୍ତିଯାଇଛି , ହେଲେ ଯେଉଁ ରାସ୍ତା ଉପରେ ଗାଡି ଟି ନଯାଇ ଅଟକି ରହିଛି , ତାହା ଏବେ ସଂପୁର୍ଣ୍ଣ ଭାବେ ଯାତାୟତ ଠପ ହୋଇପଡିଛି , ଫଳରେ ସାଧାରଣ ଲୋକେ ଗମନାଗମନ ର ଅସୁବିଧା ଭୋଗିବା ସହ ଜରୁରୀକାଳୀନ ସେବା ମଧ୍ୟ ଠପ ହେବାକୁ ବସିଛି , ରାସ୍ତା ଉପରୁ ଗାଡିଟିକୁ ଉଦ୍ଧାର ପାଇଁ ବହୁ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ଥିଲେ କୈଣସି ସୁଫଳ ମିଳିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି , ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ବାଘମାରୀ ପଞ୍ଚାୟତ ର କମଳାପଦର ଘାଟିରେ । ଉକ୍ତ ରାସ୍ତା ଟି ମୋହନା ଠାରୁ ଆର୍ ଉଦୟଗିରି, ଓ ନୂଆଗଡ ବ୍ଲକ୍ ର ବିଭିନ୍ନ ଗ୍ରାମ କୁ ସଂଯୋଗ କରୁଥିବା ହେତୁ ଦୈନିକ ଶହ ଶହ ଗାଡି ବିପଦପୁର୍ଣ୍ଣ ଭାବେ ଯାତାୟତ କରୁଛନ୍ତି। ଏହି ଘାଟିରେ ରହିଛି 8 ଟି ଅଙ୍କାବଙ୍କା ଓଣଓସାରିଆ ଖାଲଢେପ ରହିଥିବା ବେଳେ ଏହାକୁ ସଂପ୍ରସାରଣ କରିବାକୁ ଦାବୀ କରିଛନ୍ତି ଅଞ୍ଚଳବାସୀ ।